ଓଡ଼ିଶାର ଏମିତି ବି ଗାଁ ରହିଛି । ଯେଉଁଠି ଗାଈ କ୍ଷୀର ଖାଇବାକୁ ସାହସ ଜୁଟାଇପାରନ୍ତି ନାହିଁ ଲୋକେ, ଜାଣନ୍ତୁ କାହିଁକି ।

କନକ ବ୍ୟୁରୋ : ଦୀର୍ଘଦିନ ଧରି ଚିତ୍ରକୋଣ୍ଡା ବ୍ଳକର ୭ଟି ପଂଚାୟତର ବାସିନ୍ଦା ମୂଳ ଭୂଖଣ୍ଡରୁ ବିଚ୍ଛିନ୍ନ ହୋଇ ରହିଥିଲେ । ଗୁରୁପ୍ରିୟା ସେତୁ ହେବା ପରେ ଧୀରେ ଧୀରେ ଏହି ଅଂଚଳ ବିକାଶର ମୁଖ୍ୟ ଧାରାରେ ସାମିଲ ହେଉଛି । ତେବେ ସେହି ଅଂଚଳରୁ ଏପରି ଏକ ଖବର ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ…

ଓଡ଼ିଶାରେ ବିଚିତ୍ର ସ୍ଥିତି । କେଉଁଠି ମରୁଡି, କେଉଁଠି ବନ୍ୟା ।

କନକ ବ୍ୟୁରୋ : ମାଲକାନଗିରିରେ ୨ଶହ ମିଲିମିଟରରୁ ଅଧିକ ବର୍ଷା । ସେପଟେ ସୁନ୍ଦରଗଡ ଓ ଦେବଗଡରେ ସ୍ୱାଭାବିକ ଠାରୁ ୪୦ ପ୍ରତିଶତ କମ୍ ବର୍ଷା । ଗୋଟିଏ ପଟେ ମରୁଡି ସ୍ଥିତି , ଅନ୍ୟପଟେ ବନ୍ୟା ସ୍ଥିତି । ଅଗଷ୍ଟ ମାସ ସୁଦ୍ଧା ରାଜ୍ୟରେ ଦେଖାଦେଇଛି ଏଭଳି ବିଚିତ୍ର ସ୍ଥିତି । କେଉଁଠି ମରୁଡି ତ ଆଉ…

ସୁନ୍ଦରଗଡରେ ସର୍ପାଘାତରେ ଭାଇ ଭଉଣୀଙ୍କ ମୃତ୍ୟୁ । ରାଜ୍ୟରେ ବଢୁଛି ସର୍ପାଘାତ ଜନିତ ମୃତ୍ୟୁ ସଂଖ୍ୟା । ୩ ବର୍ଷରେ…

କନକ ବ୍ୟୁରୋ: ସାପ କାମୁଡାରେ ଗଲା ଭାଇ ଭଉଣୀଙ୍କ ଜୀବନ । ସୁନ୍ଦରଗଡ ସଦର ଥାନା ସୁବଲୟା ଗାଁରେ ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ତେବେ ଘରେ ଶୋଇଥିବା ବେଳେ ଭାଇ ଭଉଣୀଙ୍କ ସାପ କାମୁଡିବା ପରେ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ସେମାନଙ୍କ…

ସୋନିଆ ଗାନ୍ଧୀ ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ । ରାହୁଲ ଇସ୍ତଫା ଦେବା ପରେ ଖାଲି ପଡିଥିଲା ପଦ

କନକ ବ୍ୟୁରୋ: କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ବଡ ନିଷ୍ପତ୍ତି । କଂଗ୍ରେସ ଅଧ୍ୟକ୍ଷ ପଦ ନେଇ ଆସିଲା ବଡ ଖବର । ସୋନିଆ ଗାନ୍ଧୀ ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ । ସୋନିଆଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ନିଯୁକ୍ତି କରିବାକୁ ବୈଠକରେ ନିଷ୍ପତ୍ତି । ତେବେ ରାହୁଲ ଗାନ୍ଧୀ କଂଗ୍ରେସ…

କେନ୍ଦ୍ରାପଡାର ନୂଆ କାହାଣୀ: ମଣିଷ ଡାକୁଛି, ମାଙ୍କଡ ଆସୁଛି…

କନକ ବ୍ୟୁରୋ: ମଣିଷ ଯେଉଁଠି ମାଙ୍କଡ ସେଇଠି । ମାଙ୍କଡ ଯେଉଁଠି ମଣିଷ ସେଇଠି । ମଣିଷ- ମାଙ୍କଡର ଏ ସମ୍ପର୍କ ଆଜିର ନୁହେଁ ବରଂ କାହିଁ କେଉଁ କାଳରୁ । ପଶୁପକ୍ଷୀଙ୍କ ସହ ମଣିଷର ସମ୍ପର୍କ ନିବିଡ ହେବା ଆଉ ଉଭୟ ଉଭୟର ବନ୍ଧୁ ସାଜିବା ଅନେକ ନଜିର ରହିଛି । ତେବେ ସେମିତି ଏକ ମାଙ୍କଡ-ମଣିଷର…

ସୁଷମା: ଅସହାୟର ମା…ସାହାଯ୍ୟର ଅନ୍ୟ ଏକ ନାଁ…

କନକ ବ୍ୟୁରୋ: ସୁଷମା ଯୁଗର ଅବସାନ, ସ୍ୱରାଜ ଯୁଗର ଅବସାନ ଅର୍ଥାତ ଦେଶରେ ‘ସୁଷମା ସ୍ୱରାଜ’ ଯୁଗର ଅବସାନ ଘଟିଛି । ମଙ୍ଗଳବାର ରାତିରେ ଦେଶର ମହାନେତ୍ରୀ ମହାନିଦ୍ରାରେ ଶୋଇଯିବା ପରେ ଦେଶରୁ ‘ସ୍ୱରାଜ’ ଶେଷ ହେଲା ଭଳି ଲାଗୁଛି । ନିଜେ ଶେଷ ନିଦ୍ରାରେ ଶୋଇ ନିଜ ସମର୍ଥକଙ୍କ ଆଖିରୁ ନିଜ ନେଇ…