ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ କାଗଜ ଛଡାଇବା ଘଟଣା : ପ୍ରତିକ୍ରିୟା ରଖିଲେ ଅଶ୍ୱିନୀ; କହିଲେ ଟିଏମସି ସାଂସଦ, ସଂସଦକୁ ପଶ୍ଚିମବଙ୍ଗର ଗୁଣ୍ଡାଗର୍ଦ୍ଦି ଆଣୁଛନ୍ତି

209

କନକ ବ୍ୟୁରୋ : ସଂସଦରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ କାଗଜ ଛଡାଇବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅଶ୍ୱିନୀ । ଆଜି ସଂସଦରେ ମନ୍ତ୍ରୀ କହିଛନ୍ତି ଯେ, ଟିଏମସି ସାଂସଦ, ସଂସଦକୁ ପଶ୍ଚିମବଙ୍ଗର ଗୁଣ୍ଡାଗର୍ଦ୍ଦି ଆଣୁଛନ୍ତି । ସେପଟେ ସାଂସଦ ଶାନ୍ତନୁ ସେନଂକୁ ନିଳମ୍ବିତ କରାଯାଇଛି । ପେଗାସସ୍ ସ୍ପାଏ ୱେୟାର ବିବାଦକୁ ନେଇ ଗୃହରେ ଲଗାତର ଭାବେ ହଙ୍ଗାମା ଚାଲିଛି । ଗୁରୁବାର ଦିନ ରାଜ୍ୟସଭା ଆରମ୍ଭ ହେବା ମାତ୍ରେ ପ୍ରବଳ ହଟ୍ଟଗୋଳ ହୋଇଥିଲା ।

ରାଜ୍ୟସଭା ୨ ଥର ମୁଲତବୀ ପରେ ଯେତେବେଳେ ଆରମ୍ଭ ହେଲା କଂଗ୍ରେସ, ଟିଏମସି ଓ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ୱେଲ ବା ମଧ୍ୟସ୍ଥଳକୁ ଧସେଇ ପସି ଆସିଥିଲେ । ଆଉ ଏହାରି ଭିତରେ ଏହି ପ୍ରସଙ୍ଗରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପକ୍ଷ ରଖିବା ଆରମ୍ଭ କରିବା ମାତ୍ରେ ବିରୋଧୀଙ୍କ ହୋ-ହଲ୍ଲା ଭିତରେ ତାଙ୍କୁ କହିବାକୁ ସୁଯୋଗ ମିଳିଲା ନାହିଁ । ଟିଏମସି ସାଂସଦ ଶାନ୍ତନୁ ସେନ ତାଙ୍କ ଠାରୁ ସ୍ପାଏ ୱେୟାର ସମ୍ପର୍କିତ ଉତ୍ତର କାଗଜ ଛଡାଇ ନେଇଥିଲେ ଏବଂ ଚିରି ଦେଇଥିଲେ । ତେଣୁ ଆଜି ଟିଏମସି ସାଂସଦ ଶାନ୍ତନୁ ସେନଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ କରାଯାଇଛି ।