ବିଜେପି ଜନଜାଗରଣ ମହାସମାବେଶରେ ଯୋଗଦେବା ପାଇଁ ଭୁବନେଶ୍ୱରରେ ପହଂଚିଲେ ଅମିତ ଶାହ

34

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେପି ଜନଜାଗରଣ ମହାସମାବେଶରେ ଯୋଗଦେବା ପାଇଁ ଭୁବନେଶ୍ୱରରେ ପହଂଚିଲେ ଅମିତ ଶାହ । ଏକ ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନ ପ୍ରାୟ ୧୨ଟାରେ ଆସିବାର କାର୍ଯ୍ୟକ୍ରମ ରହିଛି । ଜନଜାଗରଣ ମହାସମାବେଶ ପାଇଁ ରାଜଧାନୀର ବରମୁଣ୍ଡା ପଡିଆରେ ବିଶାଳ ମଂଚ ନିର୍ମାଣ କରାଯାଇଛି ।

ବିଜେପିର ଏହି ମହାସମାବେଶରେ ୫ ଲକ୍ଷ ଲୋକଙ୍କର ସମାବେଶ ହେବ ବୋଲି ଦଳ ଦାବି କରିଛି । ସାରା ରାଜ୍ୟରୁ ଦଳୀୟ କାର୍ଯ୍ୟକର୍ତା ଓ ସମର୍ଥକ ଭୁବନେଶ୍ୱରର ୮ଟି ସ୍ଥାନରୁ ଶୋଭାଯାତ୍ରାରେ ଆସି ସଭାସ୍ଥଳରେ ପହଁଚିବାର କାର୍ଯ୍ୟକ୍ରମ ରହିଛି । ସମାବେଶ ପାଇଁ ସଭାସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମସ୍ତଙ୍କ ନଜର ରହିଛି ନିଜ ଉଦବୋଧନରେ କଣ କହିବେ ଅମିତ ।

ରାଜ୍ୟ ସରକାରଙ୍କ ଉପରେ ଗର୍ଜିବେ ନା ପୂର୍ବଥର ଭଳି ଚୁପ୍ ରହିବେ । ଦଳୀୟ ନେତା ଆଶା ରଖିଛନ୍ତି ଅମିତ୍, ବିମୁଦ୍ରାକରଣ ଓ କଂଗ୍ରେସ ପ୍ରସଙ୍ଗରେ କୁହନ୍ତୁ ଅବା ନକୁହନ୍ତୁ କିନ୍ତୁ ରାଜ୍ୟ ସରକାରଙ୍କ ବିପକ୍ଷରେ ଗର୍ଜିବା ଦରକାର । ନବୀନ ଓ ବିଜେଡିକୁ ସମାଲୋଚନା କରିବା ଦରକାର । ତେବେ ଏଥର ଅମିତ ଶାହା ବିଜେଡିକୁ ଟାର୍ଗେଟ୍ କରିବେ ବୋଲି କହିଛନ୍ତି ଦଳୀୟ ନେତା ।

ଅମିତ ଶାହାଙ୍କ ଗସ୍ତକୁ ନେଇ କିନ୍ତୁ ଚିନ୍ତିତ ନୁହେଁ ଶାସକ ବିଜେଡି । ଦଳ କହିଛି, ଅମିତ ଶାହାଙ୍କ ଗସ୍ତ ରାଜ୍ୟ ଉପରେ କିଛି ପ୍ରଭାବ ପକାଇ ପାରିବ ନାହିଁ । ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଏହା ବିଜେପିର ଦଳୀୟ ସମାବେଶ । ସେପଟେ ବିମୁଦ୍ରାକରଣ ପ୍ରସଙ୍ଗକୁ ନେଇ ବିଜେପିକୁ ଘେରିଛି କଂଗ୍ରେସ ।