ନୂଆ କାର ଉପରେ ଅତିରିକ୍ତ ଟିକସ ! ପେଟ୍ରୋଲ ଓ ଡିଜେଲ କାର କିଣିଲେ ଲାଗିପାରେ ୧୨ ହଜାର ଟଙ୍କାର ଟିକସ

146

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ କାର ଉପରେ ଖୁବଶୀଘ୍ର ଲାଗିପାରେ  ୧୨ ହଜାର ଟଙ୍କାର ଅତିରିକ୍ତ ଟିକସ । ବିଦ୍ୟୁତ ଚାଳିତ ଯାନ  କିଣିବାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ  ସରକାର ଏଭଳି ପଦକ୍ଷେପ ନେବା ପାଇଁ ଯୋଜନା କରୁଥିବା ଜଣାଯାଇଛି । ଏହି ଅତିରିକ୍ତ ଟଙ୍କା  ଯେଭଳି  ଅଫିସର ଓ ଅଟୋମେକରଙ୍କ ପାଖକୁ ଯେଭଳି  ନଯିବ ସେଥିପାଇଁ ବି ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର ।

 ନୀତି ଆୟୋଗ ଏ ନେଇ  ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ନୀତି ପ୍ରସ୍ତୁତ କରିଛନ୍ତି ।  ପ୍ରଥମ ବର୍ଷରେ  ଦୁଇ ଚକିଆ ଓ ଚାରି ଚକିଆ ବିଦ୍ୟୁତ ଯାନ କିଣିଲେ ଗ୍ରାହକମାନଙ୍କୁ   ୫୦ ହଜାର ଯାଏଁ ରିହାତି ମିଳିବ ଓ ଟଙ୍କା ସିଧା ବ୍ୟାଙ୍କ ଖାତାକୁ ଯିବ । ଏହା ଫଳରେ ଅଫିସର କିମ୍ବା ଡିଲର ଏହି ଟଙ୍କାକୁ ବାଟମାରଣା କରିପାରିବେ ନାହିଁ ବୋଲି  ସରକାର ଯୋଜନା କରୁଛନ୍ତି ।