ଲାଲଗଡ଼ରେ ମୃତ୍ୟୁର ଖେଳ: ମାଓଶିବିର ଉପରକୁ ଯବାନଙ୍କ ଆକ୍ରମଣ, ୫ ମାଓବାଦୀ ନିହତ

ଘଟଣାସ୍ଥଳରୁ ବ୍ୟାପକ ମାତ୍ରାରେ ଗୁଳିଗୋଳା ଜବତ

121

କନକ ବ୍ୟୁରୋ: ମାଓଶିବିର ଉପରେ ଯବାନଙ୍କ ଆକ୍ରମଣ । ମାଲକାନଗିରି କାଲିମେଳାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । କାଲିମେଳାର ପପଲୁର୍ ଜଙ୍ଗଲରେ ଯବାନଙ୍କ ଗୁଳିରେ ୫ ମାଓବାଦୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ମାଓବାଦୀ ଥିବା ଜଣାପଡ଼ିଛି । ଏଥିସହ ଘଟଣାସ୍ଥଳରୁ ବ୍ୟାପକ ମାତ୍ରାରେ ଗୁଳିଗୋଳା ଜବତ କରାଯାଇଛି ।

ଏଥିରେ ରହିଛି ୪ଟି ବନ୍ଧୁକ, କାର୍ବାଇନ୍, ୨ଟି ଏସଏଲଆର ଓ ଗୋଟିଏ ଇନସାସ୍ ରାଇଫଲ୍ । ବର୍ତମାନ ମଧ୍ୟ ପପଲୁର ଜଙ୍ଗଲରେ ଗୁଳିବିନିମୟ ଜାରିଥିବା ସୂଚନା ଦେଇଛନ୍ତି ଏଡ଼ିଜି ଅପରେସନ୍ ଆରପି କୋଚେ । ସେପଟେ ଜଙ୍ଗଲରେ କମ୍ବିଂ ଅପରେସନ୍କୁ ମଧ୍ୟ ଜୋରଦାର୍ କରାଯାଇଛି । ଏହାକୁ ଓଡ଼ିଶା ପୁଲିସର ବଡ଼ ସଫଳତା କହିଛନ୍ତି ପୁଲିସ ଡିଜି ଆରପି ଶର୍ମା ।

ମିଳିଥିବା ସୂଚନା ଅନୁଯାୟୀ, କାଳିମେଳା ଦଲମ୍‌ର ମାଓନେତା ରଣଦେବ ସୁଧାପଣ୍ଡା ଜଙ୍ଗଲରେ କ୍ୟାମ୍ପ କରି ବୈଠକ କରୁଥିବା ନେଇ ମାଲକାନଗିରି ଏସ୍‌ପି ଜଗମୋହନ ମୀନାଙ୍କୁ ଠୋସ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଏସ୍‌ପି ଶ୍ରୀ ମୀନା ୨ଟି ଟିମରେ ମୋଟ୍‌ ୬୦ ଜଣ ଏସଓଜି ଯବାନଙ୍କ ସହିତ ଅନ୍ୟ ଫୋର୍ସର ନେତୃତ୍ୱ ନେଇ ସୁଧାପଣ୍ଡା ଜଙ୍ଗଲ ଭିତରେକୁ କମ୍ବିଂ ପାଇଁ ଯାଇଥିଲେ। ତେବେ ସୁଧାପଣ୍ଡା ଜଙ୍ଗଲର ଭେଜଙ୍ଗଓ୍ଵାଡ଼ା ନିକଟରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଗତ ୨୪ ଘଣ୍ଟା ଧରି ଏହି ଗୁଳିବିନିମୟ ଜାରି ରହିଛି। ତେବେ କାଳିମେଳା ଦଲମ୍‌ର ମାଓନେତା ରଣଦେବ ସେଠାରୁ ଖସିଯିବାକୁ ସକ୍ଷମ ହୋଇଥିବା ବେଳେ ପୁଲିସ ଗୁଳିରେ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ମାଓବାଦୀମାନେ ବ୍ୟବହାର କରୁଥିବା ଆଧୁନିକ ଏସଏଲଆର, ଇନସାସ ରାଇଫଲ ସହିତ ଥ୍ରିି ନଟ୍‌ ଥ୍ରି ରାଇଫଲ ଜବତ କରାଯାଇଛି।