Daily Archives

June 6, 2022

ପାଣି ଟାଙ୍କି ଥାଇବି ଲୋକେ ଭୋଗୁଛନ୍ତି ଜଳକଷ୍ଟ। ରାସ୍ତାକୁ ଓହ୍ଲାଇଛନ୍ତି ମହିଳା।

କନକ ବ୍ୟୁରୋ: ଘର ପାଖରେ ପାଣି ଟାଙ୍କି ଅଛି, କିନ୍ତୁ ଗ୍ରାମବାସୀଙ୍କ ଶୋଷ ମେଣ୍ଟୁ ନାହିଁ । ପିଇବା ପାଣି ପାଇଁ ବହୁ ଅସୁବିଧା ଭୋଗିବାକୁ ପଡୁଛି । ତେଣୁ ରାସ୍ତାକୁ ଓହ୍ଲାଇଛନ୍ତି ଗାଁର ମହିଳା । ପୁରୀ ଜିଲ୍ଲା ଗୋପ ବ୍ଳକ ନାଗପୁର ପଂଚାୟତର ନରୁଅ ଗାଁରେ ଧାରଣା ଦେଇଛନ୍ତି ମହିଳା । ପାଣି…

ଢେଙ୍କାନାଳରେ ପାଣିପାଇଁ ରାସ୍ତାରୋକ। ୫୩ନଂ ଜାତୀୟ ରାଜପଥରେ ଗରା-ବାଲଟି ସହ ଧାରଣା।

କନକ ବ୍ୟୁରୋ: ପାଣି ପାଇଁ ରାସ୍ତାରୋକ । ୫୩ ନମ୍ବର ଜାତୀୟ ରାଜପଥରେ ଗରା-ବାଲଟି ଧରି ରାସ୍ତାରୋକ କରିଛନ୍ତି ମହିଳା । ସବୁଦିନ ପାଣି ପାଇଁ ହନ୍ତସନ୍ତ ହେବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ମହିଳା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ଛକ ନିକଟରେ ପାଣି ପାଇଁ ରାସ୍ତାରୋକ…

କେତେ ଅଘଟଣ ପରେ ଚେତିବ ପ୍ରଶାସନ। ଚିଲିକାରେ ବିପଦପୂର୍ଣ୍ଣ ଜଳଯାତ୍ରା କରୁଛନ୍ତି ଯାତ୍ରୀ।

କନକ ବ୍ୟୁରୋ: ଆଉ କେତେ ଡଙ୍ଗା ବୁଡି ଘଟଣା ଘଟିଲେ ଚେତିବେ ଲୋକେ, ଚେତିବ ପ୍ରଶାସନ । କେବେ ଚିଲିକା ଜଳଯାତ୍ରା ଉପରେ ନଜର ରଖିବ ପ୍ରଶାସନ । ମାସେ ତଳେ ଚିଲିକାରେ ପର୍ଯ୍ୟଟକଙ୍କ ଡଙ୍ଗା ବୁଡିଯିବାରୁ ଜଣଙ୍କର ମୃତ୍ୟୁ ହେବା ସହ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଅବଶ୍ୟ ସେତେବେଳେ…

ନୁପୂର ଶର୍ମାଙ୍କ ବିବାଦୀୟ ଟିପ୍ପଣୀ ଉପରେ ଆକ୍ସନ ମୋଡରେ ମୁମ୍ବାଇ ପୋଲିସ, କମିଶନର କହିଲେ ଏଭଳି କଥା

କନକ ବ୍ୟୁରୋ : ଏକ ଟିଭି ଡିବେଟରେ ପେଗାମ୍ବର ମହମ୍ମଦଙ୍କ ବିରୋଧରେ ଟିପ୍ପଣୀ ଦେଇ ଏବେ ଅଡୁଆରେ ପଡିଛନ୍ତି ନୁପୂର ଶର୍ମା । ଏହି ବୟାନକୁ ଚାରିଆଡୁ ବିରୋଧ ହେବା ପରେ ବିଜେପି ପ୍ରଥମେ ନୁପୂର ଶର୍ମାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିସ୍କାର କରିଛି । ହେଲେ ଏବେ କେବଳ ଦେଶ ନୁହେଁ ବରଂ ବିଦେଶରୁ…

ବଣାଇ ଲହୁଣିପଡାରେ ଆମ୍ବୁଲାନ୍ସ-ଅଟୋ ମୁହାଁମୁହିଁ। ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ। 

କନକ ବ୍ୟୁରୋ:  ଆମ୍ବୁଲାନ୍ସ ଓ ଅଟୋ ମଧରେ ମୁହାଁମୁହିଁ ଧକ୍କା । କୋଇଡା ବଣାଇଁ ଉପଖଣ୍ଡ ଲହୁଣିପଡା ଥାନା ଅନ୍ତର୍ଗତ ହଂସରାଡି ପୋଲ ନିକଟରେ ଅଘଟଣ । ୧୦୨ ଆମ୍ବୁଲାନ୍ସ ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ରାଇକଲାପୋଷ ଗ୍ରାମର ୧୮ ବର୍ଷୀୟ…

ରାଜଧାନୀରେ ଜମି ଠକେଇ ମାମଲା। ବର୍ଷକ ପରେ ଅଭିଯୁକ୍ତ ସୁଶାନ୍ତ ଅଟକ।

କନକ ବ୍ୟୁରୋ: ରାଜଧାନୀରେ ଜମି ଦେବାକୁ କହି କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ । ମାମଲାର ବର୍ଷକ ପରେ ଅଭିଯୁକ୍ତ ସୁଶାନ୍ତ ପାତ୍ରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଠକ ବିରୋଧରେ ବ୍ୟବସାୟୀ ସମୀର ପଟ୍ଟନାୟକ, ଇଶ୍ୱର ନାମକ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଲେ । ଏତଲା ଖବର…