ନିର୍ବାଚନ କମିଶନଙ୍କ ଅଭିନବ ବ୍ୟବସ୍ଥା । ଭୁବନେଶ୍ୱର ମଧ୍ୟ ଆସନରେ ୨୦୦ ସଖୀ ବୁଥ, ବୁଥକୁ ଜଗିବେ ମହିଳା ପୋଲିସ କର୍ମଚାରୀ ।

147

କନକବ୍ୟୁରୋ : ନିର୍ବାଚନରେ ମହିଳା ଭୋଟରଙ୍କ ଗୁରୁତ୍ୱ ବଢିବାରେ ଲାଗିଛି । ଏଥିପାଇଁ ନିର୍ବାଚନ କମିଶନ ମଧ୍ୟ ପ୍ରଥମ ଥର ଲାଗି ଅଭିନବ ବ୍ୟବସ୍ଥା କରିଛନ୍ତି । ରାଜଧାନୀରେ ବି ଦେଖିବାକୁ ମିଳିବ ସଖୀ ବୁଥ୍ । ଭୁବନେଶ୍ୱରରେ ଆସନ୍ତା ୨୫ ତାରିଖରେ ପଡିବ ଭୋଟ୍ । ଏଥିପାଇଁ ମଧ୍ୟ ନିର୍ବାଚନମଣ୍ଡଳୀର ୨ ଶହ ବୁଥରେ ରହିବେ ମହିଳା । ପ୍ରିଜାଇଡିଂ ଅଫିସରଠାରୁ ଆରମ୍ଭ କରି ପୋଲିଂ କର୍ମଚାରୀ ହେବେ ମହିଳା ବୁଥକୁ ବି ଜଗିବେ ମହିଳା ପୁଲିସ କର୍ମଚାରୀ ସୋମବାର ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭା ଆସନ ଓ ୩୫ ବିଧାନସଭା ଆସନରେ ଭୋଟ ପଡିବ । ଦ୍ୱିତୀୟ ପର୍ଯ୍ୟାୟରେ ୧୦୪୧ଟି ବୁଥ ମହିଳା ପୋଲିଂ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ । ଯେଉଁ ବୁଥ ଗୁଡିକରେ ମହିଳା ପୋଲିଂ କର୍ମଚାରୀ ରହିବେ ସେଠାରେ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି ।