ଢେଙ୍କାନାଳରେ ପାଣିପାଇଁ ରାସ୍ତାରୋକ। ୫୩ନଂ ଜାତୀୟ ରାଜପଥରେ ଗରା-ବାଲଟି ସହ ଧାରଣା।

73

କନକ ବ୍ୟୁରୋ: ପାଣି ପାଇଁ ରାସ୍ତାରୋକ । ୫୩ ନମ୍ବର ଜାତୀୟ ରାଜପଥରେ ଗରା-ବାଲଟି ଧରି ରାସ୍ତାରୋକ କରିଛନ୍ତି ମହିଳା । ସବୁଦିନ ପାଣି ପାଇଁ ହନ୍ତସନ୍ତ ହେବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ମହିଳା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ଛକ ନିକଟରେ ପାଣି ପାଇଁ ରାସ୍ତାରୋକ କରିଛନ୍ତି ଦେହୁରୀସାହିର ମହିଳା ।
ରାସ୍ତା ଉପରେ ବାଲ୍ଟି ରଖି ରାସ୍ତା ଅବରୋଧ କରିଛନ୍ତି ମହିଳା । ଫଳରେ ଯାଜପୁର-ତାଳଚେର-ଅନୁଗୁଳ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏହି ରାଜପଥ ଦେଇ ଯିବା ଆସିବା କରୁଥିବା ଗାଡିଗୁଡିକ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲା ।