Daily Archives

May 31, 2022

ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା : ପିଏମ୍ କିଶାନ ସମ୍ମାନ ନିଧିର ଏକାଦଶ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ହିମାଚଳପ୍ରଦେଶ ସିମଲାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସିମଲାରେ ଆୟୋଜିତ ଗରିବ କଲ୍ୟାଣ ସମ୍ମିଳନୀରେ ସାମିଲ ହୋଇଛନ୍ତି । ଏହି ଅବସରରେ ୯ ମନ୍ତ୍ରାଳୟ ଦ୍ୱାରା ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଥିବା ୧୬ଟି କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ସହ କଥା…

ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ । କାଲିଠାରୁ ଆରମ୍ଭ ହେବ ଅନଲାଇନ ସେବା

କନକ ବ୍ୟୁରୋ : ଏଣିକି ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ । କେନ୍ଦ୍ର ସରକାରଙ୍କ ମୋଟର ଭେହିକିଲ୍ ନିୟମ ଅନୁସାରେ ଏହା କରାଯାଇଛି । ଓଡ଼ିଶା ସରକାର ମଧ୍ୟ ଏହି ନିୟମକୁ କଡ଼ାକଡ଼ି କରିଛନ୍ତି । ନୂଆ, ପୁରୁଣା ସମସ୍ତ ଗାଡ଼ିରେ ଏହି ହାଇ ସିକ୍ୟୁରିଟି ନମ୍ବର…

ବିଜେପିରେ ଯୋଗ ଦେବେ ହାର୍ଦ୍ଦିକ ପଟେଲ: ନିକଟରେ କଂଗ୍ରେସରୁ ଦେଇଥିଲେ ଇସ୍ତଫା 

କନକ ବ୍ୟୁରୋ: ବିଜେପିରେ ସାମିଲ ହେବେ ହାର୍ଦ୍ଦିକ ପଟେଲ । ଆସନ୍ତା ଜୁନ ୨ରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବେ । ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପଟିଦାର ନେତା । ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିର ହାତ ଧରିବାକୁ ଯାଉଛନ୍ତି । କଂଗ୍ରେସ ଛାଡିବା ପରେ ସେ…

ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି ୪ ବିଜେଡି ପ୍ରାର୍ଥୀ

କନକ ବ୍ୟୁରୋ : ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଦାଖଲ କରୁଛନ୍ତି ୪ ବିଜେଡି ପ୍ରାର୍ଥୀ । ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି ଭରୁଛନ୍ତି ନାମାଙ୍କନ । ଦଳର ବରିଷ୍ଠ ବିଧାୟକଙ୍କ ଉପସ୍ଥିତିରେ ବିଧାନସଭା ସଚିବାଳୟ ପରିସରରେ ନାମାଙ୍କନ ଦାଖଲ ହେଉଛି । ସଂଖ୍ୟା…

ପୁରୀ ଗଙ୍ଗାମାତା ମଠରେ ରହିଛି ରହସ୍ୟମୟ ସୁଡ଼ଙ୍ଗ : ଶ୍ରୀମନ୍ଦିରକୁ ଗୁପ୍ତ ରାସ୍ତା ଥିବା ଅନୁମାନ

କନକ ବ୍ୟୁରୋ : ଶ୍ରୀମନ୍ଦିର ନିକଟ ଗୁପ୍ତଗଙ୍ଗା ନିକଟରେ ରହିଛି ୫୫୦ ବର୍ଷର ପୁରୁଣା ଗଙ୍ଗାମାତା ମଠ । ଆଉ ମଠରେ ରହିଛି ରହସ୍ୟମୟ ଗୁପ୍ତ ସୁଡଙ୍ଗ । କୁହାଯାଉଛି, ଏହି ସୁଡଙ୍ଗରେ ରହିଛି ଅନେକ ଇତିହାସ । ସୁଡଙ୍ଗ ତଳେ ଏକ ଗୁପ୍ତ ପ୍ରକୋଷ୍ଠ ରହିଛି । ଏହି ପ୍ରକୋଷ୍ଠକୁ ବର୍ତ୍ତମାନ ସୁଦ୍ଧା…

ବ୍ରଜରାଜନଗର ଉପନିର୍ବାଚନ : ସାଢ଼େ ୧୧ଟା ସୁଦ୍ଧା ୩୨ପ୍ରତିଶତ ମତଦାନ

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ସାଢ଼େ ୧୧ଟା ସୁଦ୍ଧା ୩୨ପ୍ରତିଶତ ମତଦାନ ହୋଇଛି । ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଜଣ ଭୋଟର ଭୋଟ ଦେଉଛନ୍ତି । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ମୋଟ ୧୨୨୮ ପୋଲିଂ ଅଧିକାରୀ ମୁତୟନ ଅଛନ୍ତି । ସୁରକ୍ଷା ପାଇଁ ୧୦୦୦ ପୋଲିସ ଫୋର୍ସ…