Daily Archives

May 11, 2022

ଆଇପିଏଲରୁ ଜାଡେଜା ବାଦ । ଆହତ ସମସ୍ୟା ନେଇ ବାଦ ପଡିଲେ ଜାଡେଜା ।

କନକ ବ୍ୟୁରୋ : ଚଳିତ ଆଇପିଏଲରୁ ବାଦ ପଡିଲେ ରବୀନ୍ଦ୍ର ଜାଡେଜା । ଏନେଇ ଚେନ୍ନାଇ ସୁପରକିଙ୍ଗସ ଦଳ ପକ୍ଷରୁ ଟ୍ୱିଟ କରି ସୂଚନା ଦେଇଛି । ବୁଧବାର ସନ୍ଧ୍ୟାରେ ଦଳ ପକ୍ଷରୁ ଜାରି ହୋଇଥିବା ଟ୍ୱିଟରେ କୁହାଯାଇଛି ଯେ, ଆହତ ସମସ୍ୟା ପାଇଁ ଅବଶିଷ୍ଟ ଆଇପିଏଲ ମ୍ୟାଚରୁ ବାଦ ଦିଆଯାଉଛି । ଟିମ୍ ତାଙ୍କର…

ନୀତିଶ-ତେଜସ୍ୱୀ ଭେଟଘାଟ । ବିହାର ରାଜନୀତି ସରଗରମ । ଶାହଙ୍କ ଗସ୍ତ ପୂର୍ବରୁ ବଢିଲା ଚର୍ଚ୍ଚା । 

କନକ ବ୍ୟୁରୋ : ବିହାରରେ ରାଜନୈତିକ ପାଣିପାଗ ପୁଣି ସରଗରମ ହୋଇଛି । ନୀତିଶ-ତେଜସ୍ୱୀଙ୍କ ଦ୍ୱିତୀୟ ଥର ଭେଟ ପୁଣି ମାହୋଲକୁ ଗରମ କରିଛି ।  ଗୋଟିଏ ମାସରେ ଲଗାତର ଦ୍ୱିତୀୟ ଥର ପାଇଁ ଭେଟ ହେବା ଭିନ୍ନ ସମୀକରଣକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିରୋଧୀ ଦଳ ନେତା…

ୟୁପି ଡିଜିପି ପଦରୁ ହଟିଲେ ମୁକୁଲ ଗୋୟଲ । ରାଜ୍ୟ ଶାସନରେ ଅବହେଳା ଦର୍ଶାଇ ହଟାଇଲା ଯୋଗୀ ସରକାର । ସିଭିଲ ଡିଫେନ୍ସ…

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ଡିଜିପି ମୁକୁଲ ଗୋୟଲଙ୍କୁ ପଦରୁ ହଟାଇ ଦିଆଯାଇଛି  । ପୋଲିସ ମହାନିର୍ଦ୍ଦେଶକ ଥିବା ୧୯୮୭ ବ୍ୟାଚ ଆଇପିଏସ ଅଧିକାରୀ ମୁକୁଲ ଗୋୟଲ ରାଜ୍ୟ ଶାସନରେ ଅବହେଳା କରୁଥିବା ଦର୍ଶାଇ ତାଙ୍କୁ ପଦରୁ ହଟାଇଦିଆଯାଇଛି । ବିଭାଗୀୟ କାର୍ଯ୍ୟରେ ରୁଚି ରଖୁନଥିବା ଅଭିଯୋଗରେ…

ନବନୀତ ରାଣାଙ୍କ ଫଟୋ ଭାଇରାଲ । ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ । ପଢନ୍ତୁ ପୂରା ଖବର …

କନକ ବ୍ୟୁରୋ : ଲିଳାବତୀ ହସପିଟାଲର ଏମଆରଆଇ ରୁମରୁ ଲିକ ହୋଇଥିଲା ନବନୀତ ରାଣାଙ୍କ ଫଟୋ । ଏନେଇ ଏଫଆଇଆର ରୁଜୁ ହୋଇଛି । ଡାକ୍ତରଖାନାରେ ସାଂସଦ ନବନୀତ ରାଣାଙ୍କର ଯେଉଁ ଫୋଟ ଉଠାଯାଇଥିଲା  ତାକୁ ନେଇ ବର୍ତ୍ତମାନ ମାମଲା ରୁଜୁ ହୋଇଛି । ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ଏହି ମାମଲା ରୁଜୁ…

ମୃତ୍ୟୁର ପଞ୍ଝାରୁ ଜୀବନ ଟାଣି ଆଣିଲେ ଯବାନ । ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ବେଳେ ଖସି ପଡୁଥିଲେ ମହିଳା, ଜୀବନ…

କନକ ବ୍ୟୁରୋ : ଆରପିଏଫ ଯବାନଙ୍କ ସାହସିକତା ଓ ଉପସ୍ଥିତ ବୁଦ୍ଧିରୁ ବଞ୍ଚିଯାଇଛି ଜୀବନ । ଆଉ ମୃତ୍ୟୁମୁଖରୁ ଅଳ୍ପକେ ବର୍ତିଯାଇଛନ୍ତି ଦୁଇ ଜଣ ମହିଳା । ଭୁବନେଶ୍ୱର ରେଳଷ୍ଟେସନରେ ଆଜି ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ଯାହା ସିସିଟିଭିରେ କଏଦ ହୋଇଛି ।  ଟ୍ରେନ ଷ୍ଟେସନରେ ପହଁଚିବା ପୂର୍ବରୁ…

ପୁଣି ଟୁଇଟରକୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ: ଟ୍ରମ୍ପଙ୍କ ଉପରେ ଥିବା କଟକଣା ହଟାଇବାକୁ ସୂଚନା ଦେଲେ ଏଲନ ମସ୍କ 

କନକ ବ୍ୟୁରୋ: ଟୁଇଟରକୁ ପୁଣି ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ଉପରେ ଲଗାଯାଇଥିବା କଟକଣା ଖୁବ ଶିଘ୍ର ହଟାଯିବ ଓ ତାଙ୍କ ଆକାଉଁଟକୁ ପୁଣି ଥରେ ସକ୍ରିୟ କରାଯିବ ବୋଲି କହିଛନ୍ତି ଟୁଇଟର ନୂଆ ମାଲିକ ଏଲନ ମସ୍କ । ଏହି ଘୋଷଣା କରିବା ସହ ମସ୍କ କହିଛନ୍ତି…