Daily Archives

May 21, 2022

ଅପରାଜିତାଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ । ସାଇବର ଥାନାରେ ମାମଲା ରୁଜୁ ।

କନକ ବ୍ୟୁରୋ: ସାଂସଦଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କର ଫେସବୁକକୁ ଦୁର୍ବୃତ୍ତ ହ୍ୟାକ କରିଛନ୍ତି । ଏନେଇ କ୍ରାଇମବ୍ରାଞ୍ଚର ସାଇବର ଥାନାରେ ମାମଲା ରୁଜୁ ହୋଇଛି । କେହି ତାଙ୍କ ଆକାଉଣ୍ଟ ହ୍ୟାକ କରିଥିବା ନେଇ ମାମଲା ରୁଜୁ ହୋଇଛି । ପୂର୍ବରୁ…

ଅରୁଣାଚଳପ୍ରଦେଶ ଓ ଆସାମ ସୀମା ବିବାଦର ହେବ ସମାଧାନ । ଦୃଢୋକ୍ତି ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ।

କନକ ବ୍ୟୁରୋ: ଆସନ୍ତାବର୍ଷ ଭିତରେ ଅରୁଣାଚଳପ୍ରଦେଶ ଓ ଆସାମ ସୀମା ବିବାଦର ସମାଧାନ ନିଶ୍ଚୟ ବାହାରିବ । ଏଥିସହ ରାଜ୍ୟକୁ ଉଗ୍ରବାଦୀ ମୁକ୍ତ କରାଯିବ । ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଆସାମ ଗସ୍ତରେ ଥିବା ଶାହା ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଏହି…

ଜେଲେନସ୍କିଙ୍କ ପ୍ରେମରେ ପୁଟିନଙ୍କ ଝିଅ । ପ୍ରେମିକାଙ୍କୁ ଭେଟିବା ପାଇଁ ୨ବର୍ଷରେ ୫୦ଥର ମ୍ୟୁନିକ ଯାତ୍ରା ।

କନକ ବ୍ୟୁରୋ: ଜେଲେନସ୍କିଙ୍କୁ ପ୍ରେମ କରୁଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅ । ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଭିତରେ ଏଭଳି ଏକ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । ହେଲେ ଏ ଜେଲେନସ୍କି ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କି ନୁହନ୍ତି । ବରଂ ଜର୍ମାନୀର ଆଇଗର…

ଆସାମରେ ବନ୍ୟା ବିତ୍ପାତ । ୧୪ଜଣଙ୍କର ମୃତ୍ୟୁ । ଭୁସ୍କଳନ ଯୋଗୁଁ ରାଜ୍ୟବାସୀଙ୍କ ଦୁର୍ଦ୍ଦଶା ବୃଦ୍ଧି ।

କନକ ବ୍ୟୁରୋ:  ଆସାମ ବନ୍ୟା ପୀଡିତଙ୍କ ଅବସ୍ଥା ଦୟନୀୟ ହୋଇପଡିଛି । ବନ୍ୟା ପରର ଦୁର୍ଦ୍ଦଶା କହିଲେ ନସରେ । ବନ୍ୟାରେ ଘରଦ୍ୱାର ଭାଙ୍ଗିବା ପରେ ଅତି ଶୋଚନୀୟ ଭାବେ ଜୀବନ ବିତାଉଛନ୍ତି ଲୋକେ । ଭୟଙ୍କର ବନ୍ୟାରେ ବେସାହାର ହୋଇପଡିଥିବା ୫ଶହ ପରିବାର ଏବେ ଟ୍ରେନ ଲାଇନରେ ଆଶ୍ରୟ ନେଇଛନ୍ତି ।…

କଣ୍ଠଶିଳ୍ପୀ ହ୍ୟୁମାନଙ୍କୁ ନେଇ ବିବାଦ: ହ୍ୟୁମାନ ଓ ଜାପାନୀଙ୍କ ମଧ୍ୟରେ କଥା କଟାକଟି

କନକ ବ୍ୟୁରୋ: ଓଲିଉଡର ହିଟ୍ ସିଙ୍ଗର ହ୍ୟୁମାନ ସାଗରଙ୍କୁ ନେଇ ବଡ ବିବାଦ ସୃଷ୍ଟି ହୋଇଛି । ସବୁ ପ୍ରକାରର ଗୀତ ଗାଇପାରୁଥିବା ଏହି କଣ୍ଠଶିଳ୍ପୀଙ୍କ ବିରୋଧରେ ଜଗନ୍ନାଥଙ୍କ ଭଜନ ନ ଗାଇବାର ଅଭିଯୋଗ ହୋଇଛି । ଶ୍ରୀଜଗନ୍ନାଥଙ୍କ ଭଜନ ଗାଇବାକୁ ମନା କରିବା ଓ ଧମକ ଦେବା ଅଭିଯୋଗରେ ତାଙ୍କ ନାଁରେ…

ଦିଲ୍ଲୀରେ ଜ୍ଞାନବାପୀ ମସଜିଦ ବିବାଦ ତାତି । ବିବାଦୀୟ ବୟାନ ପାଇଁ ଗିରଫ ପରେ ଜାମିନ ପାଇଲେ ପ୍ରଫେସର ।

କନକ ବ୍ୟୁରୋ: ଦିଲ୍ଲୀରେ ଜ୍ଞାନବାପୀ ମସଜିଦ ବିବାଦ ତାତି । ବିବାଦୀୟ ବୟାନ ପାଇଁ ପ୍ରଫେସର ଗିରଫ । ରାସ୍ତାକୁ ଓହ୍ଲାଇଲା ଛାତ୍ରସଂଗଠନ । ଦିଲ୍ଲୀ ପୁଲିସ ସାଇବର ସେଲ ସମ୍ମୁଖରେ ଛାତ୍ର ସଂଗଠନର ହଲ୍ଲାବୋଲ । ନାରାବାଜୀ, ଦାବି ସହ ହାତରେ ପ୍ଲାକାର୍ଡ ଧରି କରୁଛନ୍ତି ଜୋରଦାର ବିକ୍ଷୋଭ ।…