ଉଦ୍ଧାର ହେଲେ ଢେଙ୍କାନାଳ ସପ୍ତଶଯ୍ୟା ଜଙ୍ଗଲରେ ନିଖୋଜ ଥିବା ୫ ଛାତ୍ର । ଏକ ସ୍ପିରିଟ୍ କମ୍ପାନୀ ନିକଟରୁ ଉଦ୍ଧାର କଲା ବନ ବିଭାଗ ।

2,938

କନକ ବ୍ୟୁରୋ: ଉଦ୍ଧାର ହେଲେ ଢେଙ୍କାନାଳ ସପ୍ତଶଯ୍ୟା ଜଙ୍ଗଲ ବୁଲିବାକୁ ଯାଇ ନିଖୋଜ ଥିବା ୫ଜଣ ଛାତ୍ର । ଜଙ୍ଗଲ ନିକଟ ଏକ ସ୍ପିରିଟ୍ କାରଖାନା ନିକଟରୁ ନିଖୋଜ ଛାତ୍ରମାନଙ୍କୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ସମସ୍ତ ୫ ଜଣଛାତ୍ରଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ବନ ବିଭାଗ ।

ରାତି ତମାମ ବନ ବିଭାଗ ଓ ପୋଲିସର ସର୍ଚ୍ଚ ଅପରେସନ ପରେ ଛାତ୍ର ମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଗତ କାଲି ୫ ଜଣ ଛାତ୍ର ସପ୍ତଶଯ୍ୟାକୁ ବୁଲିବାକୁ ଯାଇ ନିଖୋଜ ହୋଇଥିଲେ । ଉଦ୍ଧାର ହୋଇଥିବା ଛାତ୍ର ମାନେ କଟକ ଲିଙ୍କ ରୋଡର ହିମାଂଶୁ ଦାଶ, ସୁଜିତ ସାହୁ ଅରଖିତ ମହାପାତ୍ର, ଶୁଭମ୍ ମହାପାତ୍ର ଓ ଲକି ଦାଶ । ରବିବାର ସକାଳେ ଏହି ୫ ଜଣ ଛାତ୍ର ସପ୍ତଶଯ୍ୟା ମନ୍ଦିର ଦର୍ଶନ କରିବା ସହ ନିକଟସ୍ଥ ଜଙ୍ଗଲକୁ ଫଟୋ ଉଠାଇବାକୁ ଯାଇଥିଲେ । ଏହା ପରଠାରୁ ସେମାନେ ଆଉ ଫେରିନଥିଲେ ।