ଯଶୱନ୍ତ ସିହ୍ନାଙ୍କ ଟାର୍ଗେଟରେ ଜୟନ୍ତ ସିହ୍ନା : ଝାଡଖଣ୍ଡ ମାଂସ ବ୍ୟବସାୟୀଙ୍କୁ ହତ୍ୟା ଅଭିଯୁକ୍ତଙ୍କୁ ମାଳ ପିନ୍ଧାଇବା ପରେ ପୁଅଙ୍କୁ କଡା ସମାଲୋଚନା

35

କନକ ବ୍ୟୁରୋ : ରାଜନୀତିକୁ ରୋଚକ କଲା ବାପ ବନାମ ପୁଅର ଲଢ଼େଇ । ଯଶୱନ୍ତ ସିହ୍ନାଙ୍କ ଟାର୍ଗେଟରେ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା । ଝାରଖଣ୍ଡରେ ଲୋକଙ୍କୁ ପିଟି ପିଟି ହତ୍ୟା କରିଥିବା ଦୋଷୀଙ୍କୁ ଫୁଲମାଳ ପିନ୍ଧାଇବା ଘଟଣାରେ ଜୟନ୍ତ ସିହ୍ନାଙ୍କୁ କଡ଼ା ସମାଲୋଚନା କରିଛନ୍ତି ବାପା ଯଶୱନ୍ତ । ଯଶୱନ୍ତ ଟ୍ୱିଟ୍ କରି କହିଛନ୍ତି ପ୍ରଥମେ ମୁଁ ଯୋଗ୍ୟ ପୁଅର ଅଯୋଗ୍ୟ ପିତା ଥିଲା କିନ୍ତୁ ଏବେ ଭୂମିକା ବଦଳିଯାଇଛି । ସେ କହିଛନ୍ତି ଏହା ହେଉଛି ଟ୍ୱିଟର୍, ନିଜ ପୁଅର କାମକୁ ଉଚିତ ବୋଲି ବିବେଚନା କରିପାରୁନାହିଁ । ମୁଁ ଜାଣିଛି ଏହା ଦ୍ୱାରା ଗାଳିଗୁଲଜ ସ୍ଥିତି ସୃଷ୍ଟି ହେବ ।

ଅନ୍ୟପଟେ ଜୟନ୍ତ ସିହ୍ନା କହିଛନ୍ତି ଅଭିଯୁକ୍ତଙ୍କୁ ଜାମିନ୍ ମିଳିଥିବାରୁ ସେ କେବଳ ଶୁଭେଚ୍ଛା ଜଣାଇଥିଲେ । ରାମଗଡ଼ ଥାନାରେ ଜୁନ ୨୯ ତାରିଖରେ ମାଂସ ବ୍ୟବସାୟୀ ଅଲିମୁଦ୍ଦିନ ଅଂସାରୀଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ଝାରଖଣ୍ଡ ହାଇକୋର୍ଟ ଅଭିଯୁକ୍ତଙ୍କୁ ଜାମିନ ଦେବା ପରେ ଜୟନ୍ତ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପୂର୍ବରୁ ମଧ୍ୟ ଯଶୱନ୍ତ ମୋଦି ସରକାରଙ୍କୁ ବାରମ୍ବାର ସମାଲୋଚନା କରିଆସିଛନ୍ତି ।