ବିଜେପି ନେତା ଶତ୍ରୁଘ୍ନ ସିହ୍ନାଙ୍କ ବାସଭବନରେ ଭୁଲରେ ଗୁଳି ଫୁଟାଇଲେ ସୁରକ୍ଷାକର୍ମୀ : ଘଟଣାର ତଦନ୍ତ କରାଯିବ ବୋଲି କହିିଲେ ବରିଷ୍ଠ ଅଧିକାରୀ !

28

କନକ ବ୍ୟୁରୋ : ନେତାଙ୍କ ବାସ ଭବନରେ ଗୁଳିଫୁଟାଇଛନ୍ତି ସୁରକ୍ଷା କର୍ମୀ । ତେବେ ଘଟଣାଟି ବିଜେପି ନେତାଙ୍କ ସରକାରୀ ବାସଭବନରେ ଘଟିଛି । ସୂଚନା ଅନୁସାରେ ବଲିଉଡ୍ ଅଭିନେତା ଏବଂ ଭାରତୀୟ ଜନତା ପାର୍ଟିର ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ମୁମ୍ବାଇ ବାସଭବନରେ ମୁତୟନ କରାଯାଇଥିବା ଜଣେ ପୁଲିସ କନେଷ୍ଟବଳଙ୍କର ଭୁଲରେ ତାଙ୍କ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଦେଇଛନ୍ତି, କିନ୍ତୁ ଏ ଘଟଣାରେ କେହି ଆହତ ହୋଇ ନାହାନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଜୁହୁ ପଶ୍ଚିମ ଉପନଗରୀ ଠାରେ ଥିବା ସିହ୍ନାଙ୍କ ବାସଭବନରେ ଏହି ଘଟଣାଟି ଘଟିଥିବା ଜଣାପଡ଼ିଛି। ସେଠାରେ ତାଙ୍କ ସୁରକ୍ଷା ନିମନ୍ତେ ମୁତୟନ କରାଯାଇଥିବା କନେଷ୍ଟବଳ ଜଣକ ଗେଟ ସମୁଖରେ ଚାଲୁଥିବା ବେଳେ ଗୁଳି ଫୁଟିଥିଲା ବୋଲି ଅଧିକାରୀଜଣକ କହିଛନ୍ତି। ଭୁଲ୍ କ୍ରମେ ଗୁଳି ଫୁଟିଥିଲେ ମଧ୍ୟ ଏଥିରେ କେହି ଆହତ ହୋଇ ନାହାନ୍ତି ବୋଲି ସେ ଅଧିକାରୀ କହିଛନ୍ତି।

ତେବେ ମିଳିଥିବା ସୂଚନା ଅନୁସାରେ ଶତ୍ରୁଘ୍ନ ଯେଉଁ ସ୍ଥାନରେ ବର୍ତ୍ତମାନ ରହୁଛନ୍ତି ସେଠାରେ ବିହାର ଅନ୍ତର୍ଗତ ପାଟନା ସାହିବର ୭୨ ବର୍ଷିୟ ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ‘ରାମାୟଣ’ ମଧ୍ୟ ସେହି ଅଟ୍ଟାଳିକାର ଅନ୍ୟ ମହଲାରେ ରହୁଛନ୍ତି । ତେବେ ଘଟଣାଘଟିବା ବେଳେ ବିଜେପି ସାଂସଦ ସିହ୍ନା ଘରେ ଥିଲେ କି, ନାହିଁ ଜଣାପଡ଼ି ନାହିଁ। ତେବେ ଏଠାରେ ପ୍ରଶ୍ନ ଉଠୁଛି କି ସୁରକ୍ଷାରେ ନିୟୋଜିତ ହୋଇଥିବା କନେଷ୍ଟବଳ କେଉଁ ପରିସ୍ଥିତିରେ ନିଜ ବନ୍ଧୁକରୁ ଗୁଳି ଫୁଟାଇଛନ୍ତି । ଡ୍ୟୁଟି ସମୟରେ ଏହା କିପରି ହେଲା ତାହାର ତଦନ୍ତ ହେବ ବୋଲି ଜଣାପଡିଛି ।