ପରକୀୟା ପ୍ରୀତିର କରୁଣ ପରିଣତି : ସ୍ତ୍ରୀକୁ କିରୋସିନ ଢାଳି ହତ୍ୟା କଲା ସ୍ୱାମୀ

35

2କନକ ବ୍ୟୁରୋ : ପରକୀୟା ପ୍ରୀତିର କରୁଣ ପରିଣତି । ସ୍ତ୍ରୀ କୁ କିରୋସିନ ଢାଳି ହତ୍ୟା କଲା ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମ.ଭି – ୧୩ ଗାଁରେ । ପରକୀୟା ସମ୍ପର୍କକୁ ନେଇ ଦୀର୍ଘ ଦିନ ଧରି ଏମ.ଭି – ୧୩ ଗାଁର ମନିନ୍ଦ୍ର ଦେ ଓ ତାଙ୍କ ସ୍ତ୍ରୀ ଜମୁନା ଦେଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା ।

3ଗତ ୨ ସପ୍ତାହ ତଳେ ଦୁଇ ଗାଁର ଲୋକେ ବୈ÷ଠକ କରି ସମସ୍ୟାର ସମାଧାନ ମଧ୍ୟ କରି ଥିଲେ । ତେବେ ଗତକାଲି ରାତିରେ ମନିନ୍ଦ୍ର ସ୍ତ୍ରୀ ଜମୁନାଙ୍କୁ ନିର୍ଧୁମ ମାଡ ମାରିବା ପରେ ପେଟ୍ରୋଲ ଢାଳି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା ଘଟଣା ପରେ ଏମ.ଭି – ୧୩ ଗାଁରେ ଉତେଜନା ପ୍ରକାଶ ପାଇଥିଲା । ଏମ.ଭି – ୧୩ ଗ୍ରାମବାସୀ ଅଭିଯୁକ୍ତ ସ୍ୱାମୀ ମନିନ୍ଦ୍ରକୁ ଅଟକ ରଖି ପୋଲିସର ଜିମା ଦେଇଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –