ସୁଲତାନକୁ ରିଜେକ୍ଟ କରିଥିଲେ କଙ୍ଗନା । କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

39

ବଲିଉଡ କୁଇନ କଙ୍ଗନା ରନାୱତଙ୍କୁ ନେଇ ଏବେ ଜବରଦସ୍ତ ଚର୍ଚ୍ଚା ହେଉଛି । ପ୍ରତିଦିନ କଙ୍ଗନାଙ୍କ ନୂଆ ନୂଆ ବୟାନ ସିନେମହଲରେ ହଲଚଲ ସୃଷ୍ଟି କରୁଛି । ହ୍ରତିକଙ୍କ ସହ ତାଙ୍କ ସର୍ମ୍ପକକୁ ନେଇ କଙ୍ଗନା ଏବେ ଚାରିଆଡେ କହି ବୁଲୁଛନ୍ତି ।ଏସବୁ ଭିତରେ କଙ୍ଗନାଙ୍କ ନୂଆ ଫିଲ୍ମ ସିମରନ୍ ରିଲିଜ ହୋଇ ଯାଇଛି । ଏଥିରେ ପୁଣିଥରେ ନିଜ ଅଭିନୟରେ ଜଲୱା ଦେଖାଇଛନ୍ତି କଙ୍ଗନା । ପ୍ରତି ଫିଲ୍ମରେ ନିଜ ଅଭିନୟର ଛାପ ଛାଡି ଯାଉଥିବା କଙ୍ଗନା ଏହି ଫିଲ୍ମରେ ମଧ୍ୟ ନିଜ ଯାଦୁ ଦେଖାଇଛନ୍ତି । କିନ୍ତୁ କଙ୍ଗନା ଏବେ ନିଜ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ନାହାନ୍ତି ତାଠାରୁ ନିଜ ବୟାନକୁ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି ।

Kangana-Ranaut2ଫିଲ୍ମର ପ୍ରମୋଶନ ବେଳେ କଙ୍ଗନା କହିଛନ୍ତି ଯେ, ତାଙ୍କୁ ସୁପରହିଟ ଫିଲ୍ମ ସୁଲତାନ ପାଇଁ ମଧ୍ୟ ଅଫର ଆସିଥିଲା କିନ୍ତୁ ସେ ଏହି ଫିଲ୍ମରେ କାମ କରିବାକୁ ମନା କରି ଦେଇଥିଲେ । ବଲିଉଡର ଭାଇଜାନ ସଲମାନଙ୍କ ଅପୋଜିଟରେ କାମ କରିବାକୁ କାହାର ବା ଇଚ୍ଛା ନାହିଁ । ଏପରିକି ସଲମାନଙ୍କ ସହ କାମ କରିବାକୁ ଅଫର ମିଳିଲେ ବଲିଉଡ ଅଭିନେତ୍ରୀ ଖୁସିରେ ଆତ୍ମହରା ହୋଇଯାଆନ୍ତି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ କଙ୍ଗନା କାହିଁକି ସଲମାନଙ୍କ ସହ କାମ କରିବାକୁ ଅନିଚ୍ଛା ପ୍ରକାଶ କଲେ ତାହାର କାରଣ ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ ।
କଙ୍ଗନାଙ୍କ କହିବା ଅନୁଯାୟୀ, ଯେତେବେଳେ ତାଙ୍କୁ ସୁଲତାନ ଫିଲ୍ମର ଅଫର ମିଳିଲା ସେ ଏ ଅଫରକୁ ପାଦରେ ଆଡେଇ ଦେଇଥିଲେ । କାରଣ ଏହି ଫିଲ୍ମରେ ହିରୋଇନଙ୍କ ରୋଲ ତାଙ୍କୁ ଦମଦାର ବା ମଜାଦାର ଲାଗି ନଥିଲା । ତା ଛଡା ଏହି ଫିଲ୍ମର ଅଫରକୁ ସ୍ୱୀକାର କରିବା ତାଙ୍କ ଫିଲ୍ମ କ୍ୟାରିୟର ଉପରେ ପ୍ରଭାବ ପକାଇଥାନ୍ତା ବୋଲି କଙ୍ଗନା କହିଛନ୍ତି ।

kangana 3କାରଣ ସୁଲତାନ ଫିଲ୍ମ ଏକ ପୁରୁଷ କୁସ୍ତି ଯୋଦ୍ଧାଙ୍କ ଜୀବନୀ ଉପରେ ପର୍ଯ୍ୟବେସିତ । ତା ଛଡା ଏହି ଫିଲ୍ମରେ ହିରୋଇନ ମଧ୍ୟ ଏକ କୁସ୍ତି ଯୋଦ୍ଧା ଭୂମିକାରେ ନଜର ଆସିଥିଲେ । କଙ୍ଗନା ଏହି ରୋଲ ପାଇଁ ମନା କରିବାରୁ ଏହି ଅଫର ପାଇଥିଲେ ଅନୁଷ୍କା ଶର୍ମା ଏବଂ ଏହି ଚରିତ୍ରକୁ ବେଶ ସୁନ୍ଦର ଭାବେ ନିଭାଇଥିଲେ । ଆଉ ଏହି ଫିଲ୍ମଟି ସୁପରହିଟ ହୋଇଥିଲା । ସୁଲତାନର ସଫଳତା ପରେ ଯେତେବେଳେ କଙ୍ଗନାକୁ ଏହି ଫିଲ୍ମର ଅଫରକୁ ପ୍ରତ୍ୟାଖାନ କରିବାର କାରଣ ପଚରାଯାଇଥିଲା ସେ କହିଥିଲେ, ତାଙ୍କୁ ସବୁବେଳେ ନାରୀ ମାନଙ୍କ ଉପରେ ପର୍ଯ୍ୟବେସିତ ଫିଲ୍ମରେ କାମ କରିବାକୁ ଭଲ ଲାଗିଥାଏ । ଏହାଛଡା ତାଙ୍କୁ ଯେଉଁ ଚରିତ୍ର ଭଲ ଲାଗିଥାଏ ବା ପ୍ରେରିତ କରିଥାଏ ସେଭଳି ଫିଲ୍ମ କରିବାକୁ ସେ ସର୍ବଦା ଆଗ୍ରହ ଦେଖାଇଥାନ୍ତି ।

କଙ୍ଗନା କହିଥିଲେ, ତନୁ ୱେଡସ ମନୁ ରିଟର୍ଣ୍ଣସ ଫିଲ୍ମରେ ଅଭିନୟ କରିବା ପରେ ତାଙ୍କର ଅଭିନୟକୁ ନେଇ ଜବରଦସ୍ତ ଚର୍ଚ୍ଚା ହୋଇଥିଲା । ତେବେ ଏଭଳି ସମୟରେ ସୁଲତାନ ଭଳି ଫିଲ୍ମର ଅଫରକୁ ଗ୍ରହଣ କରିବା ତାଙ୍କ କ୍ୟାରିୟରକୁ ପଛକୁ ନେବା ଭଳି ହୋଇଥାନ୍ତା । ତା ଛଡା ଏହି ଫିଲ୍ମର ହିରୋଇନର ଚରିତ୍ର ଏତେ ଖାସ ବା ମଜାଦାର ନଥିଲା ତେଣୁ ସେ ଏହି ଅଫରକୁ ମନା କରି ଦେଇଥିଲେ ।