ହ୍ୱାଟସଅପାରେ ଡାଉନଲୋଡ଼୍ କରିପାରିବେ ଡିଲିଟ୍ ହୋଇଯାଇଥିବା ଭିଡ଼ିଓ ଓ ଫଟୋ ! ଆସୁଛି ୬ଟି ନୂଆ ଫିଚର

34

ହ୍ୱାଟସଆପ ଏବେ ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ହୋଇସାରିଛି । ଅଫିସ ଠାରୁ ଆରମ୍ଭ କରି ବ୍ୟବସାୟ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ହ୍ୱାଟସଆପର ବ୍ୟବହାର ହେଉଛି । ତେବେ ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି କମ୍ପାନୀ ମଧ୍ୟ ନୂଆ ନୂଆ ଫିଚର ଦେବା ସହ ଆପକୁ ଅପଡ଼େଟ୍ କରୁଛି । ଏଥର ହ୍ୱାଟସଆପରେ କିଛି ଏପରି ପରିବର୍ତ୍ତନ ହୋଇଛି, ଯାହାକୁ ୟୁଜରଙ୍କୁ ପସନ୍ଦ ଆସିବ ବୋଲି ଆଶାକରାଯାଉଛି । ନିକଟରେ ହ୍ୱାଟସଆପର ଏକ ଆରବ ୟୁଜର ହୋଇସାରିଛନ୍ତି । ଏପରିସ୍ଥଳେ ହ୍ୱାଟସଆପ୍ କିଛି ନୂଆ କରି ଲୋକଙ୍କ ଚେହେରାରେ ହସ ଖେଳାଇବା ପାଇଁ ଚେଷ୍ଟା କରୁଛି । ଆଗକୁ ୬ଟି ଏପରି ନୂଆ ପରିବର୍ତ୍ତନ ହେବାକୁ ଯାଉଛି, ଯାହାକୁ ପଢ଼ି ଆପଣ ବି ଖୁସି ହୋଇଯିବେ । ଆସନ୍ତୁ ଜାଣିବା ସେହି ଫିଚର ବିଷୟରେ . . .

ଖବର ଅନୁସାରେ ଏହି ଫିଚର କେବଳ ଆଣ୍ଡ୍ରଏଡ଼୍ ଭିଟା ଭର୍ସନ ପାଇଁ ରହିଛି । ଏହି ଫିଚର ଦ୍ୱାରା ଆପଣ ଜରୁରୀ ନୋଟିଫିକେସନକୁ ଟ୍ରାକ କରିପାରିବେ । ଅର୍ଥାତ ଏହି ଫିଚର ଦ୍ୱାରା କୌଣସି ବି ନୋଟିଫିକେସନ ଆପଣ ମିସ୍ କରିବେ ନାହିଁ । ନୋଟିଫିକେସନ ସେଟିଂରେ ଆପଣ ଏହି ଫିଚର ବିଷୟରେ ମିଳିଯିବ । ଏହି ଫିଚର ଆଣ୍ଡ୍ରଏଡ଼ର ହ୍ୱାଟସଆପ୍ ଭର୍ସନ ୨.୧୮.୧୧୭ରେ ଉପଲବ୍ଧ ।

ସୂଚନା ଅନୁସାରେ ଆପଣ ହ୍ୱାଟସଆପରୁ ଭିଡ଼ିଓ ଓ ଫଟୋ ଡିଲିଟ୍ କରିବା ପରେ ତାକୁ ଆଉ ଥରେ ଡାଉନଲୋନ୍ କରିପାରିବେ । ଏହି ଫିଚର ଆଣ୍ଡ୍ରଏଡ଼୍ ବିଟା ଭର୍ସନରେ ଉପଲବ୍ଧ । ଆଇଓଏସରେ ଏହି ଫିଚର ଉପଲବ୍ଧ ନାହିଁ । ସୂଚନା ମୁତାବକ ତିନି ମାସ ପୁରୁଣା ଫଟୋ ଓ ଭିଡ଼ିଓକୁ ଆପଣ ଡାଉନଲୋଡ଼୍ କରିପାରିବେ । ତେବେ କିଛି ଲୋକ ହିଁ ଏହି ଫିଚରରର ଲାଭ ଉଠାଇପାରିବେ । ଏହି ସୁବିଧା କେବଳ ସେହି ଲୋକଙ୍କ ପାଇଁ ଉପଲବ୍ଧ ଯେଉଁମାନେ ହ୍ୱାଟସଆପ୍ ପେମେଂଟକୁ ଏନାବଲ୍ କରିଛନ୍ତି । ହ୍ୱାଟସଆପ୍ ବିଟାର ଆଣ୍ଡଏଡ଼୍ ୨.୧୮.୧୧୩ ରେ ଉପଲବ୍ଧ । ହ୍ୱାଟସଆପ୍ ପେମେଂଟ ଜରିଆରେ ୟୁଜରଙ୍କ ଠାରୁ ଟଙ୍କା ପାଇଁ ଅନୁରୋଧ କରିପାରିବେ । ପ୍ରଥମେ ଏଥିରେ କେବଳ ଟଙ୍କା ପଠାଇବାର ବିକଳ୍ପ ରହିଥିଲା ।

ଏହି ଫିଚର କେବଳ ଆଇଓଏସ୍ ବିଟା ୟୁଜରଙ୍କ ପାଇଁ ହ୍ୱାଟସଆପ ଭର୍ସନ ୨.୧୮ .୪୧ ଓ ୱେବ ଆପରେ ଉପଲବ୍ଧ । ଆଣ୍ଡ୍ରଏଡ଼୍ ୟୁଜର ଏହି ଫିଚରକୁ ଅପେକ୍ଷାରେ ଅଛନ୍ତି । ଏହି ଫିଚର ଜରିଆରେ ଗ୍ରୁପ କା ଆଡମିନ୍ ଅନ୍ୟ ଆଡ଼ମିନକୁ ଡିସମିସ୍ କରିପାରିବ । ପୂର୍ବରୁ ଏପରି କୌଣସି ଫିଚର ନଥିଲା ।

ହ୍ୱାଟସଆପ ଏବେ ଆପଣଙ୍କୁ ଫାଇଲ ଶେୟାରିଂ ପାଇଁ ମଧ୍ୟ ଅଧିକ ସୁବିଧା ଯୋଗାଉଛି । ତେବେ ଆଗାମୀ ସମୟରେ ହ୍ୱାଟସଆପରେ ଖୁବ ଶୀଘ୍ର ଆପଣ ୧ଜିବି ପର୍ଯ୍ୟନ୍ତ ଫାଇଲ ଶେୟାର କରିପାରିବେ । ସୂଚନାଯୋଗ୍ୟ ଏବେ ହ୍ୱାଟସଆପରେ ୧୦୦ ଏମବି ପର୍ଯ୍ୟନ୍ତ ଓ ଆଇଓଏସରେ ୧୨୦ ଏମବି ପର୍ଯ୍ୟନ୍ତ ଫାଇଲ ଶେୟାର ହୋଇପାରୁଛି । ଖୁବ ଶୀଘ୍ର ଏହି ଫିଚର ଆପଣଙ୍କ ଆପରେ ସାମିଲ ହେବାକୁ ଯାଉଛି ।

ଏବେ ପର୍ଯ୍ୟନ୍ତ ଆପଣ ମାଇକ ବଟନ ଦବାଇ ଭଏସ୍ ମେସେଜ ପଠାଇପାରୁଥିଲେ । କିନ୍ତୁ ଏହି ଫିଚର ଜରିଆରେ ଆପଣଙ୍କୁ ୦.୫ ସେକେଣ୍ଡ ପାଇଁ ବଟନ ଦବାଇବା ପାଇଁ ପଡ଼ିବ । ଯାହାପରେ ଆପଣ ଭଏସ୍ ରେକର୍ଡ଼ କରିପାରିବେ । ଏହି ଫିଚର କେବଳ ଆଣ୍ଡଏଡ଼୍ ବିଟା ଭର୍ସନ ୨.୧୮.୧୦୨ ଓ ଆଇଓଏସରେ ଉପଲବ୍ଧ ।