ଏକୁଟିଆ ଥିବା ସମୟରେ ହୃଦଘାତ ଆସିଲେ କ’ଣ କରିବେ !

67

ହୃଦଘାତ କେତେବେଳେ କେଉଁ ସମୟରେ ଆସିଥାଏ ତାହା କହିବା ଅସମ୍ଭବ  । ଏମିତି ବି ପରିସ୍ଥିତି ଆସିପାରେ ଯେତେବେଳେ ଆପଣ ଏକାଟିଆ ଥିବା ସମୟରେ ହୃଦଘାତର ଶିକାର ହୋଇପାରନ୍ତି  । ତେବେ ଜାଣନ୍ତୁ ଏପରି ସ୍ଥଳେ କଣ କରିବେ  ।

• ଭୂମି ଉପରେ ସିଧା ଶୋଇ ରୁହନ୍ତୁ । ବେଶି ହଲଚଲ ନହେବା ପାଇଁ ଚେଷ୍ଟା କରନ୍ତୁ  ।

•  ନିଜେ ପିନ୍ଧିଥିବା ସାର୍ଟକୁ ତୁରନ୍ତ ଢ଼ିଲା କରି ଦିଅନ୍ତୁ । ଏହା ଫଳରେ ଆଶ୍ୱସ୍ତି ମିଳିଥାଏ ।

• ନିଜର ଗୋଡ଼କୁ କିଛି ଦୂରତାରେ ରଖନ୍ତୁ । ଏହାଦ୍ୱାରା ଗୋଡ଼ରୁ ହୃତପିଣ୍ଡକୁ ରକ୍ତ ସଂଞ୍ଚାଳନ ହୋଇଥାଏ । ଫଳରେ ରକ୍ତ ଚାପ କମ୍ ହୋଇଥାଏ ।

• ଧିରେ ଧିରେ ଲମ୍ବା ନିଶ୍ୱାସ ନିଅନ୍ତୁ । ଏହା ଦ୍ୱାରା ଶରୀରକୁ ଭରପୁର ମାତ୍ରାରେ ଅମ୍ଳଜାନ ମିଳିଥାଏ ।

• ପାଖରେ ଯଦି ସୋର୍ବିଟ୍ରେଟର ବଟିକା ରହିଛି ତେବେ ଏହାକୁ ଜିଭ ତଳେ ରଖନ୍ତୁ । ଯଦି ଏହା ନଥାଏ ତେବେ ଡ଼ିସପ୍ରିନର ଏକ ବଟିକା ନେଇପାରିବେ । ଏହି ବଟିକା ଛଡ଼ା ଆଉକିଛି ଖାଇବେ ନାହିଁ ।

• ଯଦି ଆପଣଙ୍କୁ ବାନ୍ତି ଲାଗୁଛି ତେବେ ଗୋଟିଏ ପଟକୁ କଡ଼ ଲେଉଟାଇ ବାନ୍ତି କରି ଦିଅନ୍ତୁ । ଫଳରେ ବାନ୍ତି ଫୁସଫୁସରେ ପଶିବ ନାହିଁ ।