କଂଗ୍ରେସ୍ କନ୍ଦଳର ସାଂଘାତିକ ରୁପ ! ତାରା କହିଲେ, ଦଳ କାହା ପରିବାରର ନୁହେଁ

24

କନକ ବ୍ୟୁରୋ : ସାମନାକୁ ଆସିଲା କଂଗ୍ରେସ୍ କନ୍ଦଳର ସାଂଘାତିକ ରୂପ । ପୁଣି ମୁହାଁମୁହିଁ ହେଲେ ବିଧାୟକ ତାରାପ୍ରସାଦ ବାହିନୀପତି ଓ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୁର ରାଉତରାୟ । ପରିସ୍ଥିତି ଏପରି ହୋଇଛି ଉଭୟ ବ୍ୟକ୍ତିଗତ ସ୍ତରକୁ ଖସି ଆସିଛନ୍ତିି । ଗୋଟିଏ ପଟେ ସୁରଙ୍କୁ ଚେତାବନୀ ଦେଇଛନ୍ତି ତାରାବାହିନୀ ପତି । ଆରପଟେ ସୁର ମଧ୍ୟ ତାରାଙ୍କୁ ସତର୍କ କରିଛନ୍ତି ।

ତାରା କହିଛନ୍ତି କଂଗ୍ରେସକୁ ନିଜର ପୈତୃକ ସମ୍ପତି ଭାବିବା ଭୁଲ୍ । ବିଧାୟକମାନେ କାହାର ଦୟାର ପାତ୍ର ନୁହଁନ୍ତି । ସୋନିଆ ଗାନ୍ଧି ହେଉଛନ୍ତି ଆମ ଦଳର ନେତା । ସୁର ରାଉତଙ୍କ ଯୋଗୁଁ ଦଳର ଆଜି ଏଭଳି ଅବସ୍ଥା ହୋଇଛି । ରାଷ୍ଟ୍ରପତି ଚୟନ ପାଇଁ ବିଧାୟକ ଏବଂ ସାଂସଦମାନେ ଭୋଟ୍ ଦେବେ । ସୁର ରାଉତ କି ପିସିସି ସଭାପତି ଭୋଟ୍ ଦେବେନି । ତାରାଙ୍କ ଚେତାବନୀ ପରେ ତାଙ୍କୁ ସତର୍କ କରାଇଛନ୍ତି ସୁର ରାଉତରାୟ । କହିଛନ୍ତି ମୁଁ ସତର୍କ କରାଉଛି ଏବେ ସୁଧୁରିଯାଅ । ବିବୃତି ପରିବର୍ତ୍ତନ ନକଲେ ଅନ୍ଧାର କରିଦେବୁ ।