ବିରାଟଙ୍କ ଡିନର ପାର୍ଟିରେ ବିଜୟ ମାଲ୍ୟା ! ଛାନିଆରେ ପାର୍ଟି ଛାଡି ପଳାଇଲେ ଖେଳାଳି

41

କନକ ବ୍ୟୁରୋ: ବିରାଟ କୋହଲିଙ୍କ ଡିନର ପାର୍ଟିରେ ବିଜୟ ମାଲ୍ୟା । ମାଲ୍ୟାଙ୍କ ଆସିବା ପରେ ଛାନିଆ ହୋଇ କିଛି ଭାରତୀୟ ଖେଳାଳି ପାର୍ଟି ଛାଡି ପଳାଇଥିବା ସୂଚନା ମିଳିଛି । ସୂଚନା ମୁତାବକ, ପାକିସ୍ତାନ ବିପକ୍ଷରେ ଖେଳି ବିରାଟଙ୍କ ବିଜୟପରେ ‘ବିରାଟ କୋହଲି ଫାଉଣ୍ଡେସନ’ ପକ୍ଷରୁ ଏକ ଡିନର ପାର୍ଟର ଆୟୋଜନ କରାଯାଇଥିଲା ।

କିନ୍ତୁ ଏହି ପାର୍ଟିରେ ବିଜୟ ମାଲ୍ୟାଙ୍କୁ ଦେଖିବାକୁ ମିଳିଥିଲା । ତେବେ ମାଲ୍ୟାଙ୍କୁ ଦେଖି ହଡବଡେଇ ଯାଇଥିଲେ ଟିମ୍ ଇଣ୍ଡିଆର ସଦସ୍ୟମାନେ । ନଚିହ୍ନିଲା ପରି ମାଲ୍ୟାଙ୍କଠାରୁ ଦ୍ୱରତ୍ୱ ରଖିଥିଲେ ସମସ୍ତେ । ମାଲ୍ୟାଙ୍କ ସହ ବନ୍ଧୁତ୍ୱ ପାଇଁ କାଳେ ହରଡଘଣାରେ ପଡିବାକୁ ହେବ ସେଥିପାଇଁ ବେଶ୍ ସତର୍କ ହୋଇ ସମୟ ପୂର୍ବରୁ ଖସି ଥିଲେ ଜଣେ ଜଣେ ଖେଳାଳି । ସୂଚନା ଅନୁଯାୟୀ, ବିରାଟ କିମ୍ବା ଟିମ୍ ଇଣ୍ଡିଆର କୋ÷ଣସି ସଦସ୍ୟ ମାଲ୍ୟାଙ୍କୁ ଡିନର ପାର୍ଟଙ୍କୁ ନିମନ୍ତ୍ରଣ କରି ନଥିଲେ ।