ଜାଣନ୍ତୁ କାହିଁକି ଖାଇବା ଉଚିତ୍ ଏହି ସବୁ ପରିବା ଚୋପା ?

149

ପରିବାର ଚୋପାକୁ ଆମେ କିଛି କାମରେ ଆସିବ ନାହିଁ ଭାବି ଫୋପାଡି ଦିଅନ୍ତି । କିନ୍ତୁ ଆପଣ ଜାଣନ୍ତି କି ଅଦରକାରୀ ଭାବି ଫୋପାଡି ଦେଉଥିବା ଉକ୍ତ ଚୋପା ଗୁଡିକରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ ଥାଏ । ଆସନ୍ତୁ ଜାଣିବା ଏମିତି କିଛି ଦରକାରୀ ପରିବା ଚୋପା ବିଷୟରେ . . . . . .

ଗାଜର ଚୋପା – ଗାଜର ଶରୀର ପାଇଁ ଯେତେ ଉପକାରୀ ଗାଜର ଚୋପା ମଧ୍ୟ ଆଉ ଅଧିକ ଉପକାରୀ । ଗାଜର ଚୋପା ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ବୃଦ୍ଧି ହେବା ସହ କ୍ୟାନସରର ଭୟ ମଧ୍ୟ କମିଯାଏ । ଗାଜର ଚୋପାରେ ଭିଟାମିନ ଏ, ମାଗ୍ନେସିୟମ ଓ ପୋଟାସିୟମ ଭରପୁର ମାତ୍ରାରେ ଥାଏ । ଯାହା ଶରୀରରେ କ୍ୟାନସର କୋଷିକାକୁ ବଢ଼ିବାକୁ ଦିଏନି ।

ଆଳୁ ଚୋପା – ଆପଣ ଜାଣନ୍ତି କି ଆଳୁ ଚୋପାକୁ ମଧ୍ୟ ଆପଣ ଖାଇ ପାରିବେ । ଆଳୁ ଚୋପରେ କ୍ୟାଲସିୟମ, ଭିଟାମିନ ସି, ଆAରନ ଆଦି ଭରପୁର ମାତ୍ରାରେ ଥାଏ । କୌଣସି ବ୍ୟକ୍ତିଙ୍କୁ ଭିଟାମିନ ଏ ଦରକାର ହେଲେ ସେ ଆଳୁ ଚୋପା ଖାଇବା ଉଚିତ୍ । ଏହାସହ ଆଳୁ ଚୋପା ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ବଢ଼ିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।

କଦଳୀ ଚୋପା -ଆମେ ଅଦରକାରୀ ଭାବି କଦଳୀ ଚୋପାକୁ ଡଷ୍ଟବିନରେ ଫୋପାଡି ଦିଅନ୍ତି । କିନ୍ତୁ ଆପଣ ଜାଣନ୍ତି କି କଦଳୀ ଚୋପାରେ ଭିଟାମିନ ଏ ଥାଏ ଯାହା ଆପଣଙ୍କୁ ମୋତିଆ ବିନ୍ତୁରୁ ରକ୍ଷା କରିବ । ଏହା ବ୍ୟତୀତ କଦଳୀ ଚୋପûରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ ବି ଓ ଭିଟାମିନ ବି ୬ ପଚୁର ପରିମାଣରେ ଥାଏ ।

ବାଇଗଣ ଚୋପା – ବାଇଗଣ ଚୋପାରେ ଭରପୁର ମାତ୍ରାରେ ପୌଷ୍ଟିକ ତତ୍ୱ ଥାଏ । ଏଥିରେ ମହଜୁଦ ନେସୋନିନ ଆଣ୍ଟିଅକ୍ସିଡାଣ୍ଟ ମସ୍ତିସ୍କ ଓ ସ୍ନାୟୁ ପ୍ରକ୍ରିୟାରେ ହେବାକୁ ଥିବା କର୍କଟ ରୋଗରୁ ରକ୍ଷା କରେ ।