କେଉଁ ପୋଷାକରେ କେଉଁ ଅଳଙ୍କାର ପିନ୍ଧାଯାଏ ! ଆସନ୍ତୁ ନଜର ପକାଇବା

177

ନାରୀର ଆଭୂଷଣ ବୋଲି ଅଳଙ୍କାରକୁ କୁହାଯାଏ । ନାରୀକୁ ଅଳଙ୍କାର ବିନା ଅଧୁରା ବୋଲି କୁହାଯାଏ । ସବୁ ନାରୀଙ୍କର ଅଳଙ୍କାର ପ୍ରତି ଦୁର୍ବଳତା ରହିଥାଏ । ଅଳଙ୍କାରରେ ଆଭୂଷିତ ହୋଇ ଜଣେ ନାରୀ ସୁନ୍ଦରୀ ଦେଖାଯାଏ । ଆଜିକାଲିର ଫ୍ୟାସନ ଯୁଗରେ କିନ୍ତୁ ଅଳଙ୍କାରର ଟ୍ରେଣ୍ଡ, ଏବଂ ତାର ବ୍ୟବହାର ମଧ୍ୟ ବଦଳି ଯାଇଛି । କେଉଁ ପୋଷାକ ସହିତ କେଉଁ ଅଳଙ୍କାର ପିନ୍ଧିଲେ ତାହା ମାନିଥାଏ । ତା’ଉପରେ ନଜର ପକାଇବା ।

ଶାଢୀ, ଘାଗରା, ସାଲୱାର ସୁଟ୍, ଜିନ୍ସ, ଆଦି ପୋଷାକରେ ଅଳଙ୍କାରର ଟ୍ରେଣ୍ଡ କିପରି ରହିବ୍ ତା’ଉପରେ ନଜର ପକାଇବା । ଆଜିକାଲି ନାରୀଙ୍କର ଚାହିଦା ମୁତାବକ ଅଳଙ୍କାର ଗୁଡିକର ଷ୍ଟାଇଲ, ଏବଂ ତାର ନିର୍ମାଣ ଶୈଳୀ ମଧ୍ୟ ସେହି ପ୍ରକାର କରାଯାଉଛି ।
ଶାଢୀ : ଶାଢୀ ପିନ୍ଧିଥିଲେ ଗହଣା ଉପରେ ବେଶି ଗୁରୁତ୍ୱ ଦେବାକୁ ପଡିଥାଏ । ଯଦି ଆମେ ଓଜନଦାର ଶାଢୀ ମାନେ ବନାରସୀ କିମ୍ବା ସାଉଥ୍ ସିଲ୍କ ଶାଢୀ ପିନ୍ଧିବା ତେବେ ସୁନାର ଅଳଙ୍କାର ପିନ୍ଧିଲେ ବେଶ ମାନିଥାଏ ।

କିନ୍ତୁ, ଯଦି ଶାଢୀରେ ରୂପା ରଙ୍ଗର କିଛି କାର୍ଯ୍ୟ ହୋଇଛି, ତେବେ ରୂପା କିମ୍ବା ସିଲଭର ରଙ୍ଗର ଗହଣା ଆମେ ପିନ୍ଧିପାରିବା । କିନ୍ତୁ ଯଦି ସିଫନ୍ କିମ୍ବା ହାଲୁକା ରଙ୍ଗର ଶାଢୀ ପିନ୍ଧିବା ତେବେ ପର୍ଲର ସେଟ୍ ପିନ୍ଧିଲେ ଶାଢୀ ସହିତ ଏହା ବେଶ ମାନିଥାଏ ।
ଯଦି ଶାଢୀରେ ସୁନା, କିମ୍ବା ରୂପାରଙ୍ଗର କାରୁକାର୍ଯ୍ୟ ନଥିବ, ତେବେ ବ୍ଲାକ୍ ମେଟାଲର ଗହଣା ଆମେ ପିନ୍ଧିପାରିବା ଯଦି କାନରେ ଏବଂ ବେକରେ ପର୍ଲର ସେଟ୍ ପିନ୍ଧିବେ ତାହେଲେ ହାତରେ ସୁନାର ଅଳଙ୍କାର ପିନ୍ଧିଲେ ଭଲ ଦେଖାଯାଏ । ପିନ୍ଧୁଥିବା ଶାଢୀର ରଙ୍ଗ ଏବଂ ତାର ଦାମ୍ ଅନୁସାରେ ଅଳଙ୍କାର ପିନ୍ଧିଲେ ଏହା ଶରୀରକୁ ବେଶ୍ ମାନିଥାଏ ।
ଘାଗରା : ଯଦି କିଛି ପାର୍ଟିକୁ ଯିବାର ଅଛି, ଏବଂ ଆପଣ ଭାବିଛନ୍ତି ଯେ ଆପଣ ଘାଗରା ପିନ୍ଧିବେ, ତେବେ ବେଶି ପରିମାଣର ଅଳଙ୍କାର ପିନ୍ଧିଲେ ହିଁ, ଘାଗରା ସହିତ ଭଲ ମାନିଥାଏ ।

ସାଲୱାର ସୁଟ୍ : ଆଜିକାଲିର ଦୈନନ୍ଦିନ ଜୀବନ ଶୈଳୀରେ ସାଲୱାର ସୁଟର ବ୍ୟବହାର ବହୁତ ବେଶୀ । ସାଲୱାର ସୁଟ୍ ସହିତ ଯେ କୈାଣସି ଅଳଙ୍କାର ପିନ୍ଧିଲେ ଭଲ ମାନିଥାଏ । କିନ୍ତୁ ଗୋଟିଏ କଥା ମନେ ରଖିବା ଉଚିତ୍ ଯେ ସମସ୍ତ ଅଳଙ୍କାର ଗୋଟିଏ ଧାତୁରେ ନିର୍ମିତ ହୋଇଥିବା ଉଚିତ ।

ଜିନ୍ସ ପୋଷାକ :– ଯଦି ଜିନ୍ସ, କିମ୍ବା ସୁଟ୍ ପିନ୍ଧିବା ତେବେ ବେଶୀ ଅଳଙ୍କାର ପିନ୍ଧିବାକୁ ପଡିନଥାଏ । ହାତରେ ବ୍ରେସଲେଟ୍ ପିନ୍ଧିଲେ ଭଲ ମାନିଥାଏ । ଜିନ୍ସ ପୋଷାକରେ ଚମଡା ତୋଆରି ଜିନିଷ ପିନ୍ଧିଲେ ଭଲ ମାନିଥାଏ । କଳା ସୂତାରେ ଷ୍ଟୋନ୍ କିମ୍ବା ପଥର ଗଳାଇ ପିନ୍ଧିଲେ ଭଲ ମାନିଥାଏ ।

ଜିନ୍ସ ପୋଷାକ ପିନ୍ଧିଲେ ନାକରେ କୈାଣସି ଅଳଙ୍କାର ପିନ୍ଧିବା ଉଚିତ୍ ନୁହଁ । ଜିନ୍ସ ପୋଷାକରେ ହାତରେ ବଡବଡ ପଥରର ମୁଦି ମଧ୍ୟ ପିନ୍ଧିପାରିବା । ଜିନ୍ସ ପୋଷାକ ପିନ୍ଧିଲେ ହାତରେ ପାଉଂଜି ପିନ୍ଧନ୍ତୁ ନାହିଁ । ଜିନ୍ସ ପୋଷାକ ପିନ୍ଧୁଥିଲେ ବେକରେ ପିନ୍ଧୁଥିବା ଲକେଟ୍ ଯେମିତି ଅଧିକ ଆକର୍ଷଣୀୟ ହୋଇପାରିବ, ସେଥିପ୍ରତି ଦୃଷ୍ଟି ରଖିବା ଉଚିତ୍ ।