ସମାଜବାଦୀ ପାର୍ଟି ବିବାଦରେ ନୂଆ ମୋଡ:ପୁଅ ବିରୋଧରେ ବିଧାନସଭା ଆସନ ଲଢ଼ିବେ ବାପା

21

କନକ ବ୍ୟୁରୋ : ସମାଜବାଦୀ ପାର୍ଟିର କ୍ଷମତା ଅକ୍ତିଆର ପାଇଁ ଯାଦବ ପରିବାରରରେ ଚାଲିଥିବା ବିବାଦ ନୂଆ ମୋଡ ନେଇଛି । ଏକ ନାଟକୀୟ ଘଟଣା କ୍ରମରେ ସପାର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ତାଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସହିତ ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ଘୋଷଣା କରିଛନ୍ତିି ।

ଲକ୍ଷ୍ନୌଠାରେ ଏକ ଦଳୀୟ କର୍ମୀ ସମାବେଶରେ ମୁଲାୟମ ପ୍ରଥମ ଥରପାଇଁ ଦଳର ବିଭାଜନ ଘଟିଥିବା ସ୍ୱୀକାର କରିଛନ୍ତିି । ଅଖିଳେଶ ଓ ଭାଇ ରାମଗୋପାଳ ଯାଦବଙ୍କୁ ତୀବ୍ର ସମାଲୋଚନା କରି ସେ କହିଛନ୍ତି ଅଖିଳେଶ ବିଜେପି ସହିତ ସଲାସୁତୁରା କରି ସାଂପ୍ରଦାୟିକ ରାଜନୀତି ଚଳାଇଛନ୍ତି । ସେ ଦଳଠାରୁ ମୁସଲମାନ ସଂପ୍ରଦାୟକୁ ଅଲଗା କରିଦେଇଛନ୍ତି । ମୁସଲମାନମାନେ ଦଳର ଅଭିନ୍ନ ଅଂଗ ।

ସେପଟେ ଗତକାଲି ଜାତୀୟ ନିର୍ବାଚନ କମିସନ ସମାଜବାଦୀ ପାର୍ଟି ନାମ ଓ ଦଳୀୟ ସଂକେତ ‘ସାଇକେଲ’ ମାମଲାର ବଡ ନିଷ୍ପତି ଦେଇଛନ୍ତି । ନିର୍ବାଚନ କମିସନ ଅଖିଳେଶ ଯାଦବଙ୍କୁ ସପାର ଅଧ୍ୟକ୍ଷ ବୋଲି ମାନିଛନ୍ତି । ଅଖିଳେଶଙ୍କୁ ସମାଜବାଦୀ ପାର୍ଟିର ନାମ ଓ ନିର୍ବାଚନୀ ଚିହ୍ନ ମିଳିଛି । ଗତ ୧୩ ତାରିଖରେ ଦୁଇ ଗୋଷ୍ଠୀଙ୍କ ପକ୍ଷ ଶୁଣି ରାୟ ସଂରକ୍ଷିତ ରଖିଥିଲେ ନିର୍ବାଚନ କମିସନ ।