ଚାରିଆଡୁ ଫସିଲା ପାକିସ୍ତାନ ! ଜାତିସଂଘ ସୁରକ୍ଷା ପରିଷଦ ଭାରତକୁ ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବାପାଇଁ ଦେଲା ସ୍ୱାଧୀନତା ।

3,935

ପୁଲୱାମା ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଟନୀତି ସଫଳ ହେଉଥିବାର ଦେଖାଯାଉଛି । ମୋଦିଙ୍କ ପ୍ରହାରରେ ପ୍ରଥମଥର ପାଇଁ ପାକିସ୍ତାନ ସହ ଚୀନକୁ ମଧ୍ୟ ଝଟକା ଲାଗିଛି । ୟୁଏନ୍ ସିକ୍ୟୁରିଟି କାଉନସିଲ୍ ପୁଲୱାମା ଆକ୍ରମଣକୁ କଡା ନିନ୍ଦା କରିବା ସହ ଭାରତକୁ ଏହି ଆକ୍ରମଣର ପ୍ରତିଶୋଧ ନେବା ପାଇଁ ମଧ୍ୟ ସମ୍ପୁର୍ଣ୍ଣ ସ୍ୱାଧନତା ଦେଇଛନ୍ତି । ସିକ୍ୟୁରିଟି କାଉନସିଲ୍ ତରଫରୁ ଅପିଲ୍ କରାଯାଇଛି ଯେ ପୁଲୱାମା ଆକ୍ରମଣର ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ଭାରତ ସପକ୍ଷରେ ସବୁ ଦେଶ ରହିବେ । ପ୍ରତିଥର ଭଳି ଏଥର ମଧ୍ୟ ସୁରକ୍ଷା ପରିଷଦରେ ଚୀନ୍ ହସ୍ତକ୍ଷେପ କରିବାକୁ ପ୍ରୟାସ କରିଥିଲା କିନ୍ତୁ ଚୀନର ଗୋଟିଏ ବି ପ୍ରୟାସ ସଫଳ ହୋଇପାରିନାହିଁ ଏବଂ ବାଧ୍ୟ ହୋଇ ଚୀନକୁ ଜୈସ-ଏ-ସରଗନା ମସୁଦ୍ ଅଜହର ବିପକ୍ଷ ବୟାନରେ ଦସ୍ତକ୍ଷେପ କରିବାକୁ ପଡିଛି । ଏବେ ପାକିସ୍ତାନ ଚାରିପଟୁ ଘେରିଯାଇଛି । ପୁରା ଦୁନିଆ ପାକିସ୍ତାନକୁ ଏକ ଘରିକିଆ କରିଦେଇଛି । ଆପଣଙ୍କୁ କହିରଖୁଛୁ ପୁଲୱାମା ଆକ୍ରମଣରେ ୪୦ ରୁ ଅଧିକ ଯବାନ ସହିଦ୍ ହୋଇଯାଇଥିଲେ । ଏହି ଆକ୍ରମଣରେ ପାକିସ୍ତାନ ଆତଙ୍କୀ ସଂଗଠନ ଜୈସ୍-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା ।

ସୁରକ୍ଷା ପରିଷଦ ଏହି ଘଟଣାର ଅପରାଧି,ଷଡଯନ୍ତ୍ରକାରୀ ଏବଂ ତାଙ୍କୁ ଆର୍ଥୀକ ସମ୍ବଳ ଯୋଗାଉଥିବା ବ୍ୟକ୍ତିସମୂହକୁ କଡାନିନ୍ଦା କରିବା ସହ ସହିଦ୍ ମାନଙ୍କୁ ତୁରନ୍ତ ନ୍ୟାୟ ମିଳିବା କଥା ମଧ୍ୟ କହିଛନ୍ତି । ସଂଯୁକ୍ତ ରାଷ୍ଟ୍ରର ୧୫ ଶକ୍ତିଶାଳୀ ଦେଶ ପାକିସ୍ତାନର ଆତଙ୍କ ସଂଗଠନ ଜୈସ୍-ଏ-ମହମ୍ମଦର ନାଁ ନେଇଛନ୍ତି ।