ଭାଇରାଲ ଭିଡ଼ିଓର ଖଳନାୟକଙ୍କୁ କେମିତି କରାଯାଇଥିଲା ହତ୍ୟା! ପୋଷ୍ଟମର୍ଟମ ରିପୋର୍ଟରେ ଆସିଲା ସାଂଘାତିକ ତଥ୍ୟ, ରହସ୍ୟମୟ ଯୁବତୀଙ୍କୁ ଏବେ ବି ଖୋଜୁଛି ପୋଲିସ

31

କନକ ବ୍ୟୁରୋ : ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡ ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ । କୁଆଖାଇ ନଦୀ ପଠାରେ ଉନ୍ମୟଙ୍କୁ ଜିଅନ୍ତା ଜଳାଇ ଦେଇଥିଲେ ହତ୍ୟାକାରୀ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହି ରହସ୍ୟ ଉପରୁ ପରଦା ହଟିଛି । ପେଟରେ ଛୁରୀ ଭୁଷିବା ସହ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ନିଆଁ ଲଗାଇ ଦିଆଯାଇଥିଲା ।
ସେଦିନ କୁଆଖାଇ ନଦୀ ପଠାରେ କଣ ଘଟିଥିଲା । ଉନ୍ମୟ ପାଢୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମନାକୁ ଆସିବା ପରେ, ଏସଂପର୍କିତ ତଥ୍ୟ ମଧ୍ୟ ଜଣା ପଡିଛି ।

୨୦ ମାର୍ଚ୍ଚ ୨୦୧୮ ।ସ୍ଥାନ – କୁଆଖାଇ ନଦୀ ପଠା । ଶୂନଶାନ ନଦୀ ପଠାରେ ଚାଲିଥିଲା ଘମାଘୋଟ ଲଢେଇ । କିଛି ଯୁବକ ଭାଇରାଲ ଭିଡିଓରେ ଥିବା ଉନ୍ମୟ ପାଢୀଙ୍କୁ ମାଡ ମାରୁଥିଲେ । ଉଦ୍ଦେଶ୍ୟ ଥିଲା ଉନ୍ମୟଙ୍କୁ ଜୀବନରୁ ଶେଷ୍ କରିଦେବା । ହଠାତ୍ ଜଣେ ଯୁବକ ହାତରେ ଧରିଥିବା ଛୁରୀରେ ଉନ୍ମୟଙ୍କ ପେଟକୁ ଭୁଷି ଦେଇଥିଲା । ପଛ ପଟରେ ଛିଡା ହୋଇଥିବା ଅନ୍ୟ ୨ ଜଣ ଯୁବକ ମାରଣାସ୍ତ୍ରରେ ଉନ୍ମୟଙ୍କ ମୁଣ୍ଡକୁ ହାଣି ପକାଇଥିଲେ । ଏକାଧିକ ଚୋଟ ଖାଇବା ପରେ, ଉନ୍ମୟ ନଦୀ ପଠା ଉପରେ ଟଳି ପଡିଥିଲେ । ଆଉ ଶେଷରେ ଜଣ ଯୁବକ ମିଶି ଉନ୍ମୟଙ୍କୁ ଜିଅନ୍ତା ଜାଳି ଦେଇଥିଲେ ।

ଉନ୍ମୟଙ୍କ ଦେହରେ ଲାଗିଥିବା କ୍ଷତ ସଂପର୍କରେ ଅନେକ କଥା କହିଛି ପୋଷ୍ଟମର୍ଟମ ରିପୋର୍ଟ । ଏବଂ ଏହାକୁ ତର୍ଜମା କଲେ, କୁଆଖାଇ ନଦୀପଠାରେ ଏହିଭଳି ଘଟଣା ଘିଟିଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଉନ୍ମୟଙ୍କ ସହ ଭାଇରାଲ ଭିଡିଓରେ ଥିବା ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡଙ୍କୁ ୨ଦିନ ହେଲା ପୁଲିସ ଜେରା କରୁଛି । ସନ୍ଦେହ କରାଯାଉଛି ଉନ୍ମୟ ପାଢୀ ହତ୍ୟା ଘଟଣାରେ ପୁଲିସ ହାତରେ କୌଣସି ସୁରାକ ଲାଗିଛି । ତେବେ ବର୍ତମାନ ପୁଲିସ ଏସଂପର୍କରେ କିଛି ସ୍ପଷ୍ଟ କହୁନି ।ସେପଟେ ଘଟଣା ଘଟିବା ଦିନ ଏକ ନାଲି କାର ସହ ଜଣେ ଯୁବତୀ ଉପସ୍ଥିତ ଥିବା କଥା ସ୍ଥାନୀୟ ଲୋକେ କହିବା ପରେ, ପୁରା ଘଟଣା ଅଧିକ ରହସ୍ୟମୟ ହୋଇ ପଡିଛି ।