୪୫ ବର୍ଷ ମଧ୍ୟରେ ୨୦୧୭-୧୮ବର୍ଷରେ ବେକାରି ସଂଖ୍ୟା ସର୍ବାଧିକ !

211

କନକ ବ୍ୟୁରୋ : ୨୦୧୭-୧୮ବର୍ଷରେ ସର୍ବାଧିକ ରହିଛି ବେକାରି ସଂଖ୍ୟା । ବିଗତ ୪୫ ବର୍ଷ ମଧ୍ୟରେ ୨୦୧୭-୧୮ରେ ଅଧିକ ବେକାର ଅଛନ୍ତି । ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ ପିଏଲଏଫ୍ଏସର ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ସରକାରଙ୍କ ବଜେଟ୍ ପୂର୍ବରୁ ହିଁ ଏହି ରିପୋର୍ଟ ସାମ୍ନାକୁ ଆସିଛି । ଏପରିସ୍ଥଳେ ଲୋକସଭା ନିର୍ବାଚନ ପୂର୍ବରୁ ଏହି ମୁଦ୍ଦାକୁ ନେଇ ବିବାଦ ଉପୁଜିପାରେ । ବିରୋଧୀ ଦଳ ଲଗାତାର ରୋଜଗାର ମୁଦ୍ଦା ଉପରେ ମୋଦି ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି । ନିବାଚନ ପୂର୍ବରୁ ଏହି ରିପୋର୍ଟ ଆସିବା ପରେ କେନ୍ଦ୍ର ସରକାରଙ୍କ ମୁଣ୍ଡବିନ୍ଧା ଅଧିକ ବଢ଼ିଯିବ ।

ରିପୋର୍ଟ ଅନୁସାରେ ୧୯୭୨ ପରେ ୨୦୧୭-୧୮ରେ ଦେଶରେ ବେକାରି ସଂଖ୍ୟା ସର୍ବାଧିକ । ତେବେ ଏବେ ପର୍ଯ୍ୟନ୍ତ ଏହି ରିପୋର୍ଟକୁ ସାର୍ବଜନୀନ କରାଯାଇନାହିଁ । କିନ୍ତୁ ବିଜିନେସ୍ ଷ୍ଟା୍ଣ୍ଡାଡ଼୍ ଏହି ରିପୋର୍ଟର ଖୁଲାସା କରିଛି ।  ରିପୋର୍ଟ ଅନୁସାରେ ୨୦୧୧-୧୨ରେ ବେକାରି ସଂଖ୍ୟା ୨.୨ ପ୍ରତିଶତ ଥିଲା । ଯୁକମାନେ ଅଧିକ ବେକାରି ଥିଲେ । ୧୩ରୁ ୨୭ ପ୍ରତିଶତ ଥିଲା ବେକାରି ସଂଖ୍ୟା । ସହରରେ ବେକାରି ସଂଖ୍ୟା ଅଧିକ ଥିଲା । ସହରରେ ୭.୮ ପ୍ରତିଶତ ଥିଲାବେଳେ ଗାଁରେ ଥିଲା ୫.୩ ପ୍ରତିଶତ ।

ନଭେମ୍ବର ୨୦୧୬ରେ ବିମୁଦ୍ରାକରଣ ହେବା ପରେ ଏନଏସଏଏସଓର ଏହା ପ୍ରଥମ ବାର୍ଷିକ ସର୍ବେକ୍ଷଣ । ଜାତୀୟ ପରିସଂଖ୍ୟାନ ଆୟୋଗର ଚେୟାରପର୍ସନ ପିସି ମୋହନନ ସମେତ ଆଉ ଦୁଇ ଜଣ କର୍ମଚାରୀ ଇସ୍ତଫା ଦେବାପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି । ତେବେ ଏନେଇ ସରକାର ସଫେଇ ଦେଇଛନ୍ତି । ଆସିଥିବା ରିପୋର୍ଟ ମାତ୍ର ୩ ମାସର ବୋଲି କହିଛନତି ସରକାର । ପରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ।