ଯୁବକଙ୍କ ଅମାନବୀୟ କାଣ୍ଡ ! ପରଫେକ୍ଟ ସେଲଫି ପାଇଁ କାଟିଲେ କୁକୁରର କାନ

42

ଏବେ ଚାଲିଛି ସେଲଫି ମାନିଆ । ଆଉ ଏହି ସେଲଫି ପାଇଁ ଅନେକ ଅଜବ ଅଜବ ତରିକା ମଧ୍ୟ ଆପଣେଇଥାନ୍ତି ଯୁବପିଢୀ । ହେଲେ ନିକଟରେ ଦୁଇ ଜଣ ଯୁବକ ସେଲଫି ପାଇଁ ପାର୍ କରିଯାଇଛନ୍ତି ମଣିଷପଣିଆର ସମସ୍ତ ସୀମା । ନିଜ ସେଲଫିକୁ ପରଫେକ୍ଟ କରିବା ପାଇଁ ଗୋଟିଏ କୁକୁରର ଦୁଇଟି କାନ କାଟି ଦେଇଛନ୍ତି । ଘଟଣାଟି ଘଟିଛି ତୁର୍କୀର ଇସ୍ପାର୍ଟା ସହରରେ ।

ତେବେ ଉଭୟ ଏହି ଫଟୋକୁ ସୋସିଆଲ୍ ମିଡିଆରେ ଅପଲୋଡ କରିବା ପରେ ପୁଲିସ୍ ସେମାନଙ୍କୁ ଗିରଫ କରିଛି । ଆଉ ଏହି ଜଘନ୍ୟ ଅପରାଧ ପାଇଁ ୭୫ ହଜାର ଟଙ୍କା ଜରିମାନା କରିଛି । ହେଲେ ଜୀବଜନ୍ତୁ ମାନଙ୍କ ପାଇଁ କାମ କରୁଥିବା ଅନେକ ସଂସ୍ଥା ଏନେଇ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି ଏକ ଅମାନବୀୟ କାରନାମା ପାଇଁ ଉଭୟଙ୍କୁ କଠିନ ଦଣ୍ଡ ଦେବା ଉଚିତ୍ ।

ଅନ୍ୟପଟେ ଏ ଘଟଣା ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି । ଅନେକ କହଛନ୍ତି ଉଭୟଙ୍କ କାନ କାଟି ଦେବା ଉଚିତ୍ ଆଉ କେତେ ଜଣ କହିଛନ୍ତି ଏମାନଙ୍କ କାଟି ସେହି କୁକୁରକୁ ଖୁଆଇ ଦେବା ହିଁ ପ୍ରକୃତ ନ୍ୟାୟ ।