ହିଲାରୀଙ୍କ ଇମେଲ ହ୍ୟାକ ପଛରେ ରହିଛି ରୁଷିଆର ହାତ : ସ୍ୱୀକାର କଲେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପ

22

କନକ ବ୍ୟୁରୋ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ପାଖରେ ତାଙ୍କ ବିପକ୍ଷରେ ପ୍ରମାଣ ଥିବା ପ୍ରସଂଗକୁ ଭିତିହୀନ ବୋଲି କହିଛନ୍ତି । ଟ୍ରଂପ ନିଜର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ତାଙ୍କ ବିରୋଧରେ ଥିବା ପ୍ରମାଣକୁ ଭିତିହୀନ ବୋଲି କହିଛନ୍ତି । ଏହାସହ ଟ୍ରଂପ କହିଛନ୍ତି ଯେ ଡେମୋକ୍ରାଟିକ ପାର୍ଟିର କଂପ୍ୟୁଟର ହ୍ୟାକ କରିବାରେ ରୁଷର ହାତ ରହିଛି । ଏହାସହ କେବଳ ରୁଷ ନୁହଁ ବରଂ ଅନ୍ୟ କିଛି ଦେଶଙ୍କର ହାତ ଅଛି ବୋଲି ଟ୍ରଂପ କହିଛନ୍ତି ।

ସେହିପରି ତାଙ୍କର ବିଜୟ ପଛରେ ରୁଷର କୈାଣସି ହାତ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଟ୍ରମ୍ପ । ଆଉ ଗଣମାଧ୍ୟମ ବିଭ୍ରାନ୍ତିକର ଖବର ପରିବେଷଣ କରିଥିବାର ଟ୍ରମ୍ପ କହିଛନ୍ତି । ଟ୍ରମ୍ପ କହିଛନ୍ତି ଯେ ଗଣମାଧ୍ୟମ କେବଳ ବିଭ୍ରାନ୍ତି ସୃଷ୍ଟି ଉଦେଶ୍ୟରେ ତାଙ୍କୁ ନେଇ ଖବର ପରିବେଷଣ କରିଚାଲିଛି । ଏକ ସୁଦୃଢ ଅର୍ଥନୀତି ଓ ସୁରକ୍ଷିତ ଆମେରିକା ତାଙ୍କର ଲକ୍ଷ୍ୟ ବୋଲି ଟ୍ରମ୍ପ ଏହି ଉଦେଶ୍ୟରେ କହିଛନ୍ତି ।