ଅସଲି ଏବଂ ନକଲି ଚାଉଳ ମଧ୍ୟରେ ଥିବା ପ୍ରଭେଦକୁ କିପରି ଚିହ୍ନିବେ ? ଜାଣନ୍ତୁ ଏହାର ୫ ଟି ସହଜ ଉପାୟ । 

64

ବର୍ତ୍ତମାନ ସମାଜରେ ପ୍ରତିଟି ସାମଗ୍ରୀ ଭେଜାଲ୍ ହୋଇଗଲାଣି । ଯେଉଁ ଖାଦ୍ୟ ସାମଗ୍ରୀ ଆମେ ପ୍ରତିଦିନ ଖାଉଛେ ସେଥିରେ ଅପମିଶ୍ରଣ ହୋଇଛି ନା ନାହିଁ ଏହା ମଧ୍ୟ କହିବା କାଠିକର ପାଠ । ତେବେ ଭାରତର ମୁଖ୍ୟ ଖାଦ୍ୟ କୁହାଯାଉଥିବା ଚାଉଳରେ ଅପମିଶ୍ରଣ ଏବଂ ପ୍ଲାଷ୍ଟିକର ବ୍ୟବହାର ଯେ ହେଉଛି ତାହା ସମସ୍ତଙ୍କୁ ଜ୍ଞାତ ଥିବ । ଏଭଳି ଖାଦ୍ୟ ଆପଣଙ୍କ ଏବଂ ଆପଣଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି କେତେ ଯେ ହିତକର ଆପଣ ନିଜେ ହିଁ ଜାଣିପାରୁଥିବେ । ପ୍ଲାଷ୍ଟିକ୍ ଚାଉଳରେ ଏକ ପ୍ରକାର ରସାୟନିକ ପଦାର୍ଥର ମିଶ୍ରଣ କରାଯାଇଥାଏ । ଯେଉଁଥିପାଇଁ ତାହା ଅସଲି ଚାଉଳ ଭଳି ଦେଖାଯାଇଥାଏ । ପ୍ଲାଷ୍ଟିକ୍ ଚାଉଳ ଖାଇବାଦ୍ୱାରା ଏହା ଶରୀରର ହର୍ମୋନ ଏବଂ ପ୍ରଜନନ ପ୍ରଣାଳୀକୁ ବଦ୍ଧିତ କରିଥାଏ । ଏଥିସହିତ ପଲିଥିନ୍ ଭଳି ଏହା ପେଟରେ ନା ହଜମ ହୋଇଥାଏ ନା ବାହାରକୁ ବାହାରି ଥାଏ । ଯାହାକି ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ୫ଟି ସହଜ ଉପାୟ ଜଣାଇବୁ ଯାହାଦ୍ୱାରା ଆପଣ ଘରେ ବସି ଜାଣିପାରିବେ କି ଆପଣ ଖାଉଥିବା ଚାଉଳ ଅସଲି ନା ନକଲି । ତେବେ ଆସନ୍ତୁ ଜାଣିବା ।

• ଆପଣ ବ୍ୟବହାର କରୁଥିବା ଚାଉଳ ଅସଲ କି ନକଲି ତାହା ଜାଣିବାକୁ ହେଲେ ପ୍ରଥମେ ତାର ପ୍ରକୃତିକୁ ଜାଣିବା । ଅର୍ଥାତ୍ ଅସଲି ଚାଉଳ ରାନ୍ଧିବା ପରେ ତାହା ସାଧାରଣତଃ ସଫ୍ଟ ହୋଇଥାଏ ମାତ୍ର ପ୍ଲାଷ୍ଟିକ୍ ଚାଉଳ କ୍ଷେତ୍ରରେ ସେଭଳି ଦେଖାବାକୁ ମିଳିନଥାଏ କାରଣ ଏହାକୁ ଯେତେ ରାନ୍ଧିଲେ ମଧ୍ୟ ତାହା କଂଚା ରହିଥାଏ ।

• ପ୍ଲାଷ୍ଟିକ୍ ଚାଉଳକୁ ଚିହ୍ନିବାର ସବୁଠାରୁ ସହଜ ତରିକା ହେଲା ଗୋଟିଏ ଗ୍ଲାସ ପାଣି ମଧ୍ୟରେ ଗୋଟିଏ ଗ୍ଲାସ୍ କଂଚା ଚାଉଳ ମିଶାନ୍ତୁ । ଯଦି ଏହା ପ୍ଲାଷ୍ଟିକ୍ ଭଳି ପାଣିରେ ଭାସମାନ ଅବସ୍ଥାରେ ରହେ ତେବେ ଆପଣ ଜାଣିନେବେ କି ଏହା ପ୍ଲାଷ୍ଟିକ୍ ଚାଉଳ ଅଟେ ।

• ହାଲକା ମ୍ୟାଟବକ୍ସ କିମ୍ବା ରଙ୍ଗ ସହିତ ଗୋଟିଏ ମୁଠା ଚାଉଳ ମିଶାଇ ତାକୁ ଜାଳନ୍ତୁ । ଯଦି ଜଳିବା ସମୟରେ ଏହା ମଧ୍ୟରୁ ପ୍ଲାଷ୍ଟିକ୍ ଭଳି ଦୁର୍ଗନ୍ଧ ଆସିଥାଏ । ଯାହାଦ୍ୱାରା ଆପଣ ସ୍ପଷ୍ଟ ହୋଇଯିବେ କି ଏହା ପ୍ଲାଷ୍ଟିକ୍ ଚାଉଳ ଅଟେ ।

• ଅଧିକ ଗରମ ତେଲ୍ ତଥା ପାଖାପାଖି ୨୦୦ ଡିଗ୍ରୀ ତାପ ଥିବା ତେଲରେ କିଛି ପରିମାଣର ଚାଉଳ ଢାଳି ଦିଅନ୍ତୁ । ଯଦି ଏହା ପ୍ଲାଷ୍ଟିକ୍ ଚାଉଳ ହୋଇଥିବା ତେବେ ତାହା ତେଲରେ ପଡିବା କ୍ଷଣି ତରଳି ଯାଇଥାଏ ଏବଂ ଏଥିସହିତ ମଧ୍ୟ ତାହା ଅଠାଭଳି ହାତକୁ ଲାଗିଥାଏ ।

• ଚାଉଳ କିଣିବା ସମୟରେ ଏକଥା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ କି ଅସଲି ଚାଉଳର ଆକାର ପ୍ରାୟତଃ ସମାନ ହୋଇ ନଥାଏ ମାତ୍ର ନକଲି ତଥା ପ୍ଲାଷ୍ଟିକ୍ ଚାଉଳର ଆକାର ସବୁବେଳେ ସମାନ ହୋଇଥାଏ ।