ରିଲିଜ୍ ହେଲା ମଣିକର୍ଣ୍ଣିକାର ଟ୍ରେଲର, ଦେଖନ୍ତୁ କଙ୍ଗନା ରାଣାୱତଙ୍କ ଦମଦାର ଅବତାର

168

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅପେକ୍ଷାରେ ଥିବା ଫିଲ୍ମ ‘ମଣିକର୍ଣ୍ଣିକା : ଦ କ୍ୱିନ୍ ଅଫ୍ ଝାନ୍ସୀ’ ର ଟ୍ରେଲର ରିଲିଜ୍ ହୋଇସାରିଛି । ଏହି ପିଲ୍ମର କାହାଣୀ ଭାରତର ସ୍ୱାଧୀନତାର ଲଢେଇର କାହାଣୀ । ଯାହା ୧୮୫୭ରେ ଲଢ଼ାଯାଇଥିଲା । ରାଣୀ ଲକ୍ଷ୍ମୀବାଇଙ୍କ ଦମଦାର ଭୂମିକା କଙ୍ଗନା ରାଣାୱତ ତୁଳାଉଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ରାଧାକୃଷ୍ଣ ଜଗରଲମୁଡି କରିଛନ୍ତି । ଦେଶର ସ୍ୱାଧୀନତାର ଲଢ଼େଇରେ ଝାନ୍ସୀର ରାଣୀଙ୍କ ନାମ ପ୍ରଥମେ ନିଆଯାଏ ।

ରାଜ ସିଂହାସନରେ ବସିଥିବା ରାଣୀ ଲକ୍ଷ୍ମୀବାଇଙ୍କ ସେହି ଆକ୍ରୋଶ କଙ୍ଗନା ରାଣାୱତଙ୍କ ଆଖିରେ ନଜର ଆସୁଛି । ଫିଲ୍ମର ଟ୍ରେଲର ବହୁତ ଦମଦାର ଅଛି । କଙ୍ଗନାଙ୍କ ଏଭଳି ଅବତାର ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଏହା ହିନ୍ଦୀ ଓ ତେଲୁଗୁ ଭାଷାରେ ୨୫ ଜାନୁୟାରୀକୁ ରିଲିଜ ହେବ ।