ଆମଦାନୀ ଏବଂ ଖର୍ଚ୍ଚ ବାବଦରେ ସବୁ ଦଳକୁ ପଛରେ ପକାଇଲା ବିଜେପି : ହିସାବ ଦେଲା ନାହିଁ କଂଗ୍ରେସ

154

ନିକଟରେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜେପି ଶାସିତ ତିନି ରାଜ୍ୟରେ ନିଜର ସ୍ଥିତି ଜାହିର କରିଛି । ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶରେ ବିଜେପିକୁ ବହୁ ପଛରେ ପକାଇ ଆଗେଇ ଯାଇଛି କଂଗ୍ରେସ ।  ହେଲେ ନିର୍ବାଚନ ପୂର୍ବରୁ କଂଗ୍ରେସ କେନ୍ଦ୍ର ସରକାରଙ୍କ ବିରୋଧରେ ରାଫୋଲ ଡିଲରେ ଘୋଟାଲା, ବିମୁଦ୍ରାକରଣରେ ଭ୍ରଷ୍ଟାଚାର ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲା । ତେବେ ଏସବୁ ବିପକ୍ଷରେ ବି  ଆଉ ଗୋଟିଏ ସତ କଥା ହେଲା କିଁ ଖୋଦ୍ କଂଗ୍ରେସ ଆର୍ଥିକ ବର୍ଷ ୨୦୧୭-୧୮ ପାଇଁ ନିର୍ବାଚନ ଆୟୋଗକୁ ପାର୍ଟିର ଅଡିଟି ରିପୋର୍ଟ ହସ୍ତାନ୍ତର କରିନାହିଁ । ସେହିପରି ଅନ୍ୟ ରାଜନୈତିକ ଦଳମାନନଙ୍କ ଦ୍ୱାରା ଦିଆଯାଥିବା ଅଡିଟି ରିପୋର୍ଟରେ ବିଜେପି ଉଭୟ ଆୟ ଏବଂ ବ୍ୟୟରେ ସମସ୍ତଙ୍କଠାରୁ ଆଗରେ ରହିଛି । ତେବେ ଆସନ୍ତୁ ଜାଣିବା ଅନ୍ୟ ରାଜନୈତିକ ଦଳମାନଙ୍କର ଉଭୟ ଆୟ ଏବଂ ବ୍ୟୟର ସ୍ଥିତି କଣ ରହିଛି ।

ଆସୋସିଏସ ଫର ଡେମୋକ୍ରେଟିକ୍ ରିଫର୍ମ୍ସ ତଥା ଏଡିଆର ଦ୍ୱାରା ଜାରି କରାଯାଥିବା ଆର୍ଥିକ ବର୍ଷ ୨୦୧୭-୧୮ର ଅଡିଟି ରିପୋର୍ଟରେ ଜାତୀୟ ରାଜନୈତିକ ଦଳମାନଙ୍କର ଉଭୟ ଆୟ ଏବଂ ବ୍ୟୟର ବିଶ୍ଳେଷଣ କରାଯାଇଛି ।  ଯାହା ଅନୁସାରେ, ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ୧୯ ନଭେମ୍ବର ୨୦୧୪କୁ ରାଜନୈତିକ ଦଳମାନଙ୍କର ଅଧ୍ୟକ୍ଷ/ମନ୍ତ୍ରୀମାନଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠିରେ କହିଥିଲା କି ସମସ୍ତ ଦଳମାନଙ୍କର ସେମାନଙ୍କର ବାର୍ଷିକ ଅଡିଟି ରିପୋର୍ଟ ପ୍ରସ୍ତୁତ କରିବା ବାଧ୍ୟତାମୂଳକ ଅଟେ ।  ଏହାପରେ ସମସ୍ତ ରାଜନୈତିକ ଦଳ ପ୍ରତ୍ୟେକ ବର୍ଷ ନିର୍ବାଚନ ଆୟୋଗକୁ ନିଜର ଅଡିଟି ରିପୋର୍ଟ ପ୍ରସ୍ତୁତ କରିଥାନ୍ତି ।

୩୦ ଅକ୍ଟୋବର ୨୦୧୮ ସୁଦ୍ଧା ପୈଠ କରିବାକୁ ଥିଲା ଅଡିଟି ରିପୋର୍ଟ

ରାଜନୈତିକ ଦଳମାନଙ୍କ ଦ୍ୱାରା ବର୍ଷ ୨୦୧୭-୧୮ର ଅଡିଟି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ୩୦ ଅକ୍ଟୋବର ୨୦୧୮ର ସମୟ ସୀମା ନିର୍ଧାରିତ କରାଯାଇଥିଲା । ଏଡିଆରର ଏହି ରିପୋର୍ଟରେ ୬ଟି ଜାତୀୟ ରାଜନୈତିକ ଦଳ  (କଂଗ୍ରେସକୁ ଛାଡିଦେଇ) ଙ୍କର ମୋଟ ଆୟ ଏବଂ ବ୍ୟୟର ବିଶ୍ଳେଷଣ ହୋଇଛି, ଯାହାକୁ ସେମାନେ ଆର୍ଥିକ ବର୍ଷ ୨୦୧୭-୧୮ ପାଇଁ ନିଜର ଆୟକର ଜରିଆରେ ନିର୍ବାଚନ ଆୟୋଗ ନିକଟରେ ଉପସ୍ଥାପନା କରିଥିଲେ ।

ଆର୍ଥିକ ବର୍ଷ ୨୦୧୭-୧୮ର ଅଡିଟି ରିପୋର୍ଟର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

• ରାଜନୈତିକ ଦଳମାନଙ୍କ ଦ୍ୱାରା ବାର୍ଷିକ ଅଡିଟି ରିପୋର୍ଟ ପ୍ରସ୍ତୁତ କରିବାର ସର୍ବନିମ୍ନ ତାରିଖ ୩୦ ଅକ୍ଟୋବର ୨୦୧୮ ଥିଲା ।

• ବିଏସବି,ସିପିଏମ ଏବଂ ଏଆଇଟିସି ତିନୋଟି ଦଳ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ନିଜର ଅଡିଟି ରିପୋର୍ଟ ପ୍ରସ୍ତୁତ କରିଥିଲେ ।

• ସିପିଆଇ ନିର୍ଧାରିତ ସମୟ ସୀମାର ଗୋଟିଏ ଦିନ ପରେ, ଏନସିପି ୨୦ ଦିନ ପରେ ଏବଂ ବିଜେପି ୨୪ ଦିନ ପରେ ନିଜର ଅଡିଟି ରିପୋର୍ଟ ନିର୍ବାଚନ ଆୟୋଗ ନିକଟରେ ଜମା କରିଥିଲେ ।

• କଂଗ୍ରେସ ୪୬ ଦିନ ପରେ ତଥା ୧୭ ଡିସେମ୍ବର ୨୦୧୮ ସୁଦ୍ଧା ବି ନିଜର ଅଡିଟି ରିପୋର୍ଟ ଆୟୋଗ ନିକଟରେ ପୈଠ କରିନାହିଁ ।

୨୦୧୭-୧୮ରେ ରାଜନୈତିକ ଦଳମାନଙ୍କର ଆୟ ଏବଂ ବ୍ୟୟ

• ଆର୍ଥିକ ୨୦୧୭-୧୮ରେ ବିଜେପି ମୋଟ ୧,୦୨୭.୩୩୯ କୋଟି ଟଙ୍କାର ଆୟ ଘୋଷଣା କରିଛି । ଏଥିମଧ୍ୟରୁ ଦଳ ୭୫୮.୪୭ କୋଟି ଟଙ୍କା ତଥା ମୋଟ ଆୟର ୭୪ ପ୍ରତିଶତ ଖର୍ଚ୍ଚ ଦେଖାଇଛି ।

• ସେହିପରି ବିଏସବି ମୋଟ ୫୧.୮୪୭ କୋଟି ଟଙ୍କାର ଆୟ ଘୋଷଣା କରିଛି, ଯେଉଁଥିରେ ପାର୍ଟି ପକ୍ଷରୁ ୧୪.୭୮ କୋଟି ଟଙ୍କା ତଥା ମୋଟ ଆୟର ୨୯ ପ୍ରତିଶତ ଖର୍ଚ୍ଚ ଦେଖାଯାଇଛି ।

• ସିପିଏମ ମୋଟ ୧୦୪.୮୪୭ କୋଟି ଟଙ୍କାର ଆୟ ଘୋଷଣା କରିଛି, ଯେଉଁଥିରେ ଦଳ ୮୩.୪୮୨ କୋଟି ଟଙ୍କା ତଥା ମୋଟ ଆୟର ୮୦ ପ୍ରତିଶତ ଖର୍ଚ୍ଚ ଦେଖାଇଛି ।

• ସେହିପରି ଏନସିପି ନିଜର ମୋଟ ଆୟରୁ ୮ ପ୍ରତିଶତ ଅଧିକ ଖର୍ଚ୍ଚ ଦେଖାଇଛି । ଆର୍ଥିକ ବର୍ଷ ୨୦୧୭-୧୮ ସମୟରେ ଦଳ ପକ୍ଷରୁ ୮.୧୫ କୋଟିର ଆୟ ଘୋଷଣା କରିଛି  ହେଲେ ଦଳର ମୋଟ ଖର୍ଚ୍ଚ ୮.୮୪କୋଟି ଟଙ୍କା ଥିଲା ।