ଟମାଟୋ ଦେଉଛି ଟେନସନ ! ବ୍ରହ୍ମପୁରରେ ଚାଷୀଙ୍କ ଠାରୁ ଟଙ୍କା ଟଙ୍କାକରେ କିଣି ୧୦ ଟଙ୍କାରେ ବିକୁଛି ବେପାରୀ, ସମ୍ବଲପୁରରେ ଉତ୍ପାଦନ ସତ୍ୱେ ରାଜ କରୁଛି ଛତିଶଗଡି ବିଲାତି

43

କନକ ବ୍ୟୁରୋ : ସମସ୍ତଙ୍କ ପେଟକୁ ଦାନା ଯୋଗାଉଥିବା ଚାଷୀ ସବୁବେଳେ ଚିନ୍ତାରେ । କେତେବେଳେ ଦୈବି ଦୁର୍ବିପାକ ତ ଆଉ କେତେବେଳେ ଅଭାବି ବିକ୍ରି । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଗଂଜାମ ଜିଲ୍ଲାର ଚାଷୀ ଭଲ ଟମାଟୋ ଅମଳ କରିଛି । ହେଲେ ବିକ୍ରି ବେଳେକୁ ଲାଭ ତ ଦୂରର କଥା, ଚାଷ ବାବଦକୁ ଖର୍ଚ୍ଚ ହୋଇଥିବା ଅର୍ଥ ଫେରି ପାଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟପଟେ ଚାଷୀଙ୍କ ଠାରୁ ଟଙ୍କାଏ ଦୁଇ ଟଙ୍କାରେ ଟମାଟୋ କିଣି ବଜାରରେ ୧୦ ଗୁଣା ଅଧିକ ଦାମରେ ବିକ୍ରି କରୁଛନ୍ତି ବେପାରୀ ।

ଚାଷୀ ବିକୁଛି ଟଙ୍କାଏରେ, ବେପାରୀ ବିକୁଛି ୧୦ ଟଙ୍କାରେ । କିଣା ମୂଲ୍ୟଠାରୁ ପ୍ରାୟ ୧୦ ଗୁଣା ଅଧିକ । ସମସ୍ତ ପରିବା ବ୍ୟବସାୟୀଙ୍କ ପସରରେ ଟମାଟୋ ରହିଛି । ଆଉ ଏହାର କିଲୋପିଛା ଦର ୧୦ ଟଙ୍କା ରହିଛି । ଚାଷୀଠାରୁ କିଲୋ ପିଛା ୧ ଟଙ୍କାରେ ଟମାଟୋ କିଣି ଉତ୍ପାଦନ ସ୍ଥଳ ଠାରୁ ମାତ୍ର ୪୦ କିଲୋମିଟର ଦୂରରେ ୧୦ ଟଙ୍କାରେ ବିକ୍ରି କରୁଛନ୍ତି ବେପାରୀ ।

ଚାଷୀ ଟମାଟୋ ଚାଷ ପାଇଁ ଏକର ପିଛା ୬୦ରୁ ୭୦ହଜାର ଟଙ୍କା ଖର୍ଚ୍ଚ କରିଛି । ଫସଲ ଅମଳ ପାଇଁ ୩ ମାସ ଧରି ପରିଶ୍ରମ କରିଛି । କିନ୍ତୁ ବିକ୍ରି ବେଳକୁ ଲାଭ କଣ, ମୂଳ ପାଇବା ନେଇ ଆଶଙ୍କାରେ ପଡିଛି । ଅନ୍ୟପଟେ ସରକାର ଗଂଜାମରେ ଶୀତଳ ଭଣ୍ଡାର କରିବା ସହ କିଛି ପ୍ରୋସେସିଂ ୟୁନିଟ ଦ୍ୱାରା ଚାଷୀଙ୍କ ଠାରୁ ଟମାଟୋ କିଣିଲେ ଚାଷି ତାର ପ୍ରାପ୍ୟ ପାଇପାରନ୍ତା ବୋଲି ମତ ପ୍ରକାଶ ପାଉଛି ।

ସେପଟେ ରାଜ୍ୟରେ ଟମାଟୋ ଅଭାବି ବିକ୍ରି ପ୍ରସଙ୍ଗରେ ବିଧାନସଭାରେ ତୁମ୍ବି ତୋଫାନ ହୋଇଛି । ବିଭିନ୍ନ ଜିଲ୍ଲାରେ ଚାଷୀ ଟମାଟୋ କିଲୋ ପିଛା ୨ ଟଙ୍କାରେ ବିକ୍ରି କରୁଛନ୍ତି । କେତେକ ସ୍ଥାନରେ ଚାଷୀ ବିଲରୁ ବିଲାତି ତୋଳି ଘରକୁ ଆଣିବା ପାଇଁ ଇଛା କରୁନି । କାରଣ ପାରିଶ୍ରମିକ ମିଳୁନି । ଏଭଳି ସ୍ଥିତିରେ ସମ୍ବଲପୁର ବଜାରରେ ଛତିଶଗଡ ଟମାଟୋ ରାଜ କରୁଛି ।

ରାଜ୍ୟରେ ଟମାଟୋ ଅଭାବି ବିକ୍ରି ପ୍ରସଙ୍ଗରେ ବିଧାନସଭାରେ ତୁମ୍ବି ତୋଫାନ ହୋଇଛି । ବିଭିନ୍ନ ଜିଲ୍ଲାରେ ଚାଷୀ ଟମାଟୋ କିଲୋ ପିଛା ୨ ଟଙ୍କାରେ ବିକ୍ରି କରୁଛନ୍ତି । କେତେକ ସ୍ଥାନରେ ଚାଷୀ ବିଲରୁ ବିଲାତି ତୋଳି ଘରକୁ ଆଣିବା ପାଇଁ ଇଛା କରୁନି । କାରଣ ପାରିଶ୍ରମିକ ମିଳୁନି । ଏଭଳି ସ୍ଥିତିରେ ସମ୍ବଲପୁର ବଜାରରେ ଛତିଶଗଡ ଟମାଟୋ ରାଜ କରୁଛି । ସେପଟେ ଓଡିଶାର ଟମାଟୋ ଚାଷୀ ଅଭାବ ବିକ୍ରିର ଶିକାର ହେଉଥିବା ବେଳେ ବଜାରରେ ପସରା ମେଲିଛି ବାହାର ରାଜ୍ୟର ଟମାଟୋ । ସମ୍ବଲପୁର ଜିଲ୍ଲାର ଗ୍ରାମାଂଚଳରେ ଚାଷ ବେପାରୀଙ୍କୁ ୨ ଟଙ୍କାରେ ଟମାଟୋ ବିକ୍ରି କରି କ୍ଷତି ସହୁଥିବା ବେଳେ ସମ୍ବଲପୁର ବଜାରରେ କାୟା ବିସ୍ତାର କରିଛି ଛତିଶଗଡ ଟମାଟୋ ।

ପ୍ରତ୍ୟେକ ଦିନ ଛତିଶଗଡରୁ ଗାଡି ଗାଡି ଟମାଟୋ ସମ୍ବଲପୁର ବଜାରକୁ ଆସୁଥିବାରୁ ସମ୍ବଲପୁର ଚାଷୀ ଅଭାବ ବିକ୍ରି ଶିକାର ହେଉଥିବା ଅଭିଯୋଗ ହୋଇଛି । ଛତିଶଗଡରୁ ଟମାଟୋ ଆଣିବା ପାଇଁ ବେପାରୀ ଇଛା ପ୍ରକାଶ କରୁଛନ୍ତି । କାରଣ ସେଠାରେ ଟମାଟୋ ମଣ୍ଡି ରହିଛି । ମଣ୍ଡିରୁ ସିଧାସଳଖ କିଣିବାକୁ ସୁବିଧା ହେଉଥିବା ବ୍ୟବସାୟୀ କହିଛନ୍ତି । ରାଜ୍ୟ ସରକାର ଟମାଟୋ ଚାଷୀଙ୍କ ପ।।ଇଁ ମଣ୍ଡିର ବ୍ୟବସ୍ଥା ନକଲେ ଆଗାମୀ ଦିନରେ ଟମାଟୋ ଚାଷୀ ଅଧିକରୁ ଅଧିକ ଅଭାବ ବିକ୍ରୀର ଶିକାର ହେବାର ସମ୍ଭାବନା ରହିଛି ।