ଭାରତର ଏକମାତ୍ର ପ୍ରସିଦ୍ଧ ମନ୍ଦିର : ଯେଉଁଠି ହୁଏ ବେଙ୍ଗର ଆରାଧନା

54

ଆମ ଦେଶ ଭାରତରେ ଏମିତି ଅନେକ ମନ୍ଦିର ଅଛି ଯେଉଁଠି ଅଲଗା ଅଲଗା ପ୍ରକାରରେ ପୂଜା-ପାଠ ହୋଇଯାଏ । ଭାରତ ଦେଶରେ ଏକମାତ୍ର ମନ୍ଦିର ଅଛି ଯେଉଁଠି ବେଙ୍ଗର ପୂଜା ଆରାଧନା ବହୁତ ଆସ୍ଥା ସହକାରେ କରାଯାଏ । ଉତ୍ତରପ୍ରଦେଶ ଲଖିମପୁର ଖୀରୀ ଜିଲ୍ଲାରେ ଅଛି ଏହି ଏକମାତ୍ର ପ୍ରସିଦ୍ଧ ବେଙ୍ଗ ମନ୍ଦିର ।

ଶୁଣାଯାଏ ଏହି ବେଙ୍ଗ ମନ୍ଦିର ୨୦୦ ବର୍ଷ ପୁରୁଣା । ପ୍ରାକୃତିକ ବିପଦରୁ ରକ୍ଷା ପାଇଁ ପାଇଁ ପ୍ରାଚୀନ କାଳରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା ବୋଲି ମାନ୍ୟତା ରହିଛି । ଅୟଲ ଶୈବ ସଂପ୍ରଦାୟର ମୁଖ୍ୟ କେନ୍ଦ୍ର ହେଉଛି ଏହି ସ୍ଥାନ । ଶୁଣିବା ପାଇଁ ମିଳେ ଏହି ସଂପ୍ରଦାୟର ଶାସକ ଶିବଙ୍କ ଉପାଶକ ଥିଲେ ଏବଂ ଉକ୍ତ ବଂଶର ଜଣେ ରାଜା ଏହି ମନ୍ଦିରର ସ୍ଥାପନା କରିଥିଲେ ।

ଏହି ସ୍ଥାନ ୧୧ ତମ ଶତାଦ୍ଦୀ ଠାରୁ ୧୯ ତମ ଶତାଦ୍ଦୀ ପର୍ଯ୍ୟନ୍ତ ଚାହମାନ ଶାସକଙ୍କ ଅଧିନରେ ଥିଲା । ଜଣେ ତାନ୍ତ୍ରିକ ଏହି ମନ୍ଦିରର ବାସ୍ତୁ ପରିକଳ୍ପନା କରିଥିଲେ । ବାସ୍ତୁ ସଂରଚନା ଉପରେ ଆଧାରିତ ଏହି ମନ୍ଦିର ନିଜର ବିଶେଷ ଶୈଳୀ ପାଇଁ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ମହାଶିବରାତ୍ରୀ ଓ ଦୀପାବଳୀର ଶୁଭ ଅବସରରେ ଏହି ବେଙ୍ଗ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥାଏ ।