ଇତିହାସ ରଚିଲା ଇସ୍ରୋ : ଏକାଥରକେ ମହାକାଶକୁ ପ୍ରେରଣ କରାଗଲା ୧୦୪ଟି ଉପଗ୍ରହ

50

କନକ ବ୍ୟୁରୋ : ପୁଣି ଇତିହାସ ରଚିଲା ଇସ୍ରୋ । ଆଜି ମହାକାଶକୁ ଏକାଥରକେ ୧୦୪ଟି ଉପଗ୍ରହ ପ୍ରେରଣ କରି ସଫଳତା ହାସଲ କରିଛି ଇସ୍ରୋ । ଏଥିରେ ୩ଟି ଭାରତୀୟ ଉପଗ୍ରହ ଥିବା ବେଳେ ବାକି ୧୦୧ଟି ବିଦେଶୀ । ସକାଳ ୯ଟା ୨୮ ମିନିଟରେ ପିଏସଏଲଭି ରକେଟ ସହାୟତରେ ଏହି ଉତକ୍ଷେପଣ କରାଯାଇଛି । ପୂର୍ବରୁ ଅନ୍ୟ କୌଣସି ଦେଶ ଏତେ ସଂଖ୍ୟାରେ ଉପଗ୍ରହ ମହାକାଶକୁ ପଠାଇନାହାନ୍ତି । ପୂର୍ବରୁ ଇସ୍ରୋ ଏକାଥରକେ ୨୦ଟି ଉପଗ୍ରହ ମହାକାଶକୁ ପଠାଇଛି । ଗୋଟିଏ ଫ୍ଲାଇଟରେ ସର୍ବାଧିକ ୩୭ଟି ଉପଗ୍ରହ ପଠାଇବାର ରେକର୍ଡ ଋଷିଆ ନାଁରେ ରହିଛି ।