ଭାରତ ବନ୍ଦ ପାଇଁ ଆଜି ଦିନ ୧ ପର୍ଯ୍ୟନ୍ତ ଚଳାଚଳ କରିବ ନାହିଁ ‘ମୋ ବସ’

ଆଜି ବିଭିନ୍ନ ଶ୍ରମିକ ସଂଗଠନର ବନ୍ଦ ଡାକରା ଦେଇଥିବା କାରଣରୁ ପ୍ରାୟତଃ ଗାଡି ମଟର ବନ୍ଦ ରହିଛି

158

କନକ ବ୍ୟୁରୋ : ଆଜି ବିଭିନ୍ନ ଶ୍ରମିକ ସଂଗଠନର ବନ୍ଦ ଡାକରା ଦେଇଥିବା କାରଣରୁ ପ୍ରାୟତଃ ଗାଡି ମଟର ବନ୍ଦ ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ ଶ୍ରମିକ ସଂଘର ଦୁଇଦିନିଆ ଧର୍ମଘଟ ପାଇଁ ରାଜଧାନୀରେ ଅଟୋ ଚଳାଚଳ ବନ୍ଦ ରହିବ। ‘ମୋ ବସ୍’ ମଧ୍ୟ ଅଧା ଦିନ ବନ୍ଦ ରହିବ ବୋଲି ଜଣାପଡ଼ିଛି। କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ମୋ ବସ୍ ସକାଳ ୫ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି।

 

ଏହାପରେ ଯଦି ସ୍ଥିତି ସୁଧୁରିବ ତେବେ ବସ୍ ଚଳାଚଳ କରିବ। ନଚେତ ପୂରା ବନ୍ଦ ରହିବ। ତେବେ ପ୍ରତ୍ୟେକ ଦିନ ମୋ ବସରେ ଶତାଧିକ ଲୋକ ନିର୍ଭର କରନ୍ତି । ଆଜି ବନ୍ଦ ହେଉଥିବା କାରଣରୁ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଛି ।