ଟ୍ରମ୍ପ୍ ହେଲେ ଟାଇମ୍ସ ପର୍ସନ ଅଫ ଦି ଇଅର : ପଛରେ ପଡିଲେ ମୋଦି, ଓବାମା, ପୁଟିନ

48

କନକ ବ୍ୟୁରୋ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କୁ ଟାଇମସ୍ ମ୍ୟାଗାଜିନ “ପର୍ସନ ଅଫ ଦ ଇୟର’ ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ବାରାକ ଓବାମାଙ୍କୁ ପଛରେ ପକାଇ ଟ୍ରଂପ ବାଜି ମାରିନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନଲାଇନ ରିଡର୍ସ ପୋଲରେ ଜନତାଙ୍କ ପସନ୍ଦ ଥିଲେ । ଏହି ଅନ୍ତରାଷ୍ଟ୍ରୀୟ ପତ୍ରିକା, ବାର୍ଷିକ ସ୍ତରରେ ଖବରକୁ ସର୍ବାଧିକ ପ୍ରଭାବିତ କରିଥିବା ବ୍ୟକ୍ତିଙ୍କୁ ସମ୍ମାନଜନକ ପର୍ସନ ଅଫ ଦି ଇୟର ଘୋଷଣା କରିଥାଏ ।