ସାରା ଦେଶରେ ସ୍ୱାଇନ ଫ୍ଲୁ ଯୋଗୁଁ ମୃତ୍ୟୁ ସଂଖ୍ୟା ୨୫୦ ଛୁଇଁଲାଣି : ଜାଣନ୍ତୁ ସ୍ୱାଇନ ଫ୍ଲୁରୁ କେମିତି ରହିବେ ସୁରକ୍ଷିତ

134

ରାଜସ୍ଥାନରେ ସ୍ୱାଇନ ଫ୍ଲୁରୁ ହେଉଥିବା ମୃତ୍ୟୁ ସଂଖ୍ୟା ଏବର୍ଷ ୧୦୦ ଟପିସାରିଲାଣି । ଅନେକ ଚେଷ୍ଟା ପରେ ମଧ୍ୟ ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରୁନାହିଁ । ଗୋଟିଏ ଦିନରେ ହିଁ ଏହାର ୧୦୦ଟି ନୂଆ ମାମଲା ସାମନାକୁ ଆସିଛି । ଗୋଟିଏ ହିଁ ଦିନରେ ରାଜସ୍ଥାନରେ ୧୦୦ ସ୍ୱାଇନ ଫ୍ଲୁ ମାମଲା ସାମନାକୁ ଆସିଛି ଏବଂ ସରକାର ଘରକୁ ଘର ଯାଇ ଯାଂଚରେ ଲାଗିପଡିଛନ୍ତିି । ପୁରା ରାଜସ୍ଥାନ ରାଜ୍ୟରେ କେବଳ ୧୨ଟି ଜାଗାରେ ଏହାର ଯାଂଚ ହୋଇଥାଏ । ଏବଂ ଏବେ ସରକାର ଅତିଶୀଘ୍ର ଅଧିକରୁ ଅଧିକ ସ୍ୱାଇନ ଫ୍ଲୁ ଯାଂଚ କେନ୍ଦ୍ର ଖୋଲିବା ପାଇଁ କାମ କରୁଛନ୍ତି । ଦେଶରେ ସ୍ୱାଇନ ଫ୍ଲୁରେ ଏପର୍ଯ୍ୟନ୍ତ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଆକଳନ ଅନୁସାରେ, ପୁରା ଦେଶର ରାଜସ୍ଥାନରେ ସବୁଠାରୁ ଅଧିକ ମୃତ୍ୟୁ ହୋଇଛି ।

ଏହି ଟିପ୍ସ ଆପଣଙ୍କୁ ସ୍ୱାଇନ ଫ୍ଲୁରୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ :

  • ଯେବେ ବି କାଶ କିମ୍ବା ଛିଙ୍କ ଆସେ, ତେବେ ନିଜ ହାତ ସବୁବେଳେ ଚେହେରା ଉପରେ ରଖନ୍ତୁ କିମ୍ବା ଘୋଡେଇ ଦିଅନ୍ତୁ । ଏହା ଜୀବାଣୁକୁ ହାତକୁ ଆସିବାକୁ ଦେବନି । ଏବଂ ଆପଣଙ୍କ ଦ୍ୱାରା ସ୍ପର୍ଶ କରାଯାଉଥିବା ପ୍ରତ୍ୟେକ ବସ୍ତୁ ପର୍ଯ୍ୟନ୍ତ ସଂକ୍ରମଣ ବ୍ୟାପିବନି ।
  • ଲଗାତାର ହାତ ଧୋଇବା ଦ୍ୱାରା ସ୍ୱାଇନ ଫ୍ଲୁରୁ ବଂଚିବାରେ ସାହାଯ୍ୟ ମିଳିପାରିବ ।
  • ନିଜ ପାଖରେ ହ୍ୟାଣ୍ଡ ସାନିଟାଇଜର ରଖନ୍ତୁ । ଯେବେ ଆପଣ କାହା ସହିତ ହାତ ମିଳାଉଛନ୍ତି କିମ୍ବା କବାଟର ହ୍ୟାଣ୍ଡଲ, କିବୋର୍ଡ, ଟେବୁଲକୁ ଛୁଅନ୍ତି, ତେବେ ସବୁବେଳେ ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର କରନ୍ତୁ ।
  • ଫଳ ଓ ପନିପରିବାକୁ ପାଣିରେ ଭଲ ଭାବେ ଧୁଅନ୍ତୁ ।
  • ଭିଡ ସ୍ଥାନକୁ ଯିବାରୁ ବଂଚନ୍ତୁ । ଯଦି ଯାଉଛନ୍ତି ତେବେ ଫ୍ଲୁ ମାସ୍କ ପିନ୍ଧନ୍ତୁ ।
  • ସ୍ୱାଇନ ଫ୍ଲୁର ସାମାନ୍ୟ ଲକ୍ଷଣ ବିକସିତ ହେଲେ ତୁରନ୍ତ ଡାକ୍ତରଙ୍କ ଠାରୁ ପରାମର୍ଶ ନିଅନ୍ତୁ ।