ମାଲକାନଗିରି ମାଥିଲିରୁ ୨ଟି ମହାବଳ ବାଘ ଛାଲ ଜବତ : ଜଣେ ଗିରଫ ଓ ଅନ୍ୟ ଜଣେ ଫେରାର

22

ମାଲକାନଗିରି : ମାଲକାନଗିରି ମାଥିଲି ଅଂଚଳରୁ ୨ଟି ବାଘ ଛାଲ ଜବତ ହୋଇଛି । ସାଉଳିଗୁଡା ଗାଁରେ ଚଢାଉ କରି ୨ଟି ମହାବାଳ ବାଘର ଚମଡା ଜବତ କରିଛି ବନବିଭାଗ । ଏହା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ଅଛି ।

ବାଘ ଚମଡାକୁ ସେ ବିକ୍ରି କରିବାକୁ ଆସୁଥିବା ବେଳେ ବନ ବିଭାଗ ଅଭିଯୁକ୍ତକୁ ଗିରଫ କରିଥିଲା । ବର୍ଷକ ତଳେ ଏହି ଅଂଚଳରୁ ବନବିଭାଗ ଆଉ ଏକ ବାଘ ଛାଲ ଜବତ କରିଥିଲା।