ଦୀପାବଳୀ ଅବସରରେ ଅଧିକ ଲାଭ ପାଇଁ ବ୍ୟବସାୟୀ କରୁଛନ୍ତି ଖାଦ୍ୟ ପଦାର୍ଥରେ ଭେଜାଲ୍ ! କ୍ଷୀରରେ ମିଶୁଛି ସାବୁନ୍ ଏବଂ ମଣ୍ଡ,ଏଭଳି କରନ୍ତୁ ଜାଞ୍ଚ୍ ।

172

ଆଉ ଦିନ କେଇଟା ପରେ ଆସିଯିବ ଆଲୋକର ପର୍ବ ଦୀପାବଳୀ । ଦୀପାବଳୀ ଅବସରରେ ଖାଦ୍ୟପଦାର୍ଥର ଦରଦାମରେ ମଧ୍ୟ ନିତିଦିନ ଅପେକ୍ଷା ଖୁବ୍ ପାର୍ଥକ୍ୟ ଦେଖାଯାଏ । ଏମିତିରେ ନିଜ ବ୍ୟବସାୟକୁ ବଢାଇବା ପାଇଁ କିଛି ଅସାମାଜିକ ଲୋକ ନିରିହ ଲୋକଙ୍କ ଜୀବନ ସହ ମଧ୍ୟ ଖେଳିବାକୁ ପଛାଉନାହାନ୍ତି । ଖାଦ୍ୟପଦାର୍ଥରେ ଭେଜାଲ୍ କରି ବଜାରକୁ ଛାଡୁଛନ୍ତି । ଏହି ନକଲି ପଦାର୍ଥ ଏଭଳି ଦେଖାଯାଏ ଯେ ଯେକେହିବି ଏହି ପଦାର୍ଥକୁ ଅସଲି ଭାବି ଘରକୁ ନେଇଆସନ୍ତି । ତେବେ ଏଭଳି ଅନେକ ଘଟଣା ଏବଂ ଏହାର ପରିଣାମ ସମ୍ବନ୍ଧୀୟ ଖବର ମଧ୍ୟ ଆଗରୁ ବହୁବାର ନଜରକୁ ଆସିଛି । ଏମିତିରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନବ ପ୍ରାଧିକରଣ (ଏଫଏସଏସଏଆଇ) ଏହି ଭେଜାଲକୁ ଚିହ୍ନିବା ପାଇଁ ଏକ ଉପାୟ ଜାରୀ କରିଛନ୍ତି । ସଂସ୍ଥା ଦ୍ୱାରା ଜାରୀ କରାଯାଇଥିବା ଏକ ପୁସ୍ତକ ଡାର୍ଟ ଅନୁସାରେ ୪୧ ଟି ଏଭଳି ସହଜ ଉପାୟ ଅଛି ଯାହାଦ୍ୱାରା ଆପଣ ଘରେ ବସି ଏହାର ସମାଧାନ କରିପାରିବେ । ଲୋକଙ୍କୁ ସଚେତନ କରାଇବା ପାଇଁ ସଂସ୍ଥା ତରଫରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି । ତେବେ ଆସନ୍ତୁ ଏହି ତରିକା କ’ଣ ଜାଣିବା ।

କ୍ଷୀରରେ ପାଣି ମିଶାଇବା ପରୀକ୍ଷଣ :

କ୍ଷୀରର ଶୁଦ୍ଧତା ମାପିବା ପାଇଁ ଏକ ଚିକ୍କଣ ଦ୍ରବ୍ୟ କିମ୍ବା କୌଣସି ବଡ ବାସନରେ କ୍ଷୀରର ଏକ ବୁନ୍ଦାକୁ ରଖନ୍ତୁ । ଯଦି କ୍ଷୀର ଶୁଦ୍ଧ ହୋଇଥିବ ତେବେ ଖୁବ୍ ଧିରେ ଧିରେ ତଳକୁ ଖସିବ ଏବଂ ଧଳାଚିହ୍ନ ଛାଡିଯିବ । ଯଦି କ୍ଷୀରରେ ପାଣି ମିଶିଥିବ ତେବେ ଖୁବଶୀଘ୍ର ବୁନ୍ଦା ତଳକୁ ଖସିଯିବ ଏବଂ କୌଣସି ଚିହ୍ନ ରଖିବ ନାହିଁ ।

କ୍ଷୀରରେ ସାବୁନ ମିଶାଯାଇଛି କି ନାହିଁ କିପରି ଜାଣିବେ :

୧୦ ମିଲି ଦୁଧର ନମୂନା ନିଅନ୍ତୁ ଏବଂ ସେତିକି ମାତ୍ରାରେ ପାଣି ମଧ୍ୟ ନିଅନ୍ତୁ । ପାଣି ଏବଂ କ୍ଷୀରକୁ ଭଲଭାବରେ ଗୋଳାନ୍ତୁ । ଯଦି ଦୁଧରେ ସାବୁନ ମିଶିଥିବ ତେବେ ଅଧିକ ଫେଣ ହେବ ।

ଖୁଆ ଏବଂ ଛେନାରେ ଷ୍ଟାର୍ଚର ପରୀକ୍ଷଣ :

୨ ରୁ ୩ ମିଲି ଦୁଧକୁ ୫ ମିଲି ପାଣି ସହ ଫୁଟାନ୍ତୁ । ଏହି ଦୁଧକୁ ଥଣ୍ଡା କରି ଏଥିରେ ଆୟୋଡିନର ଘୋଳ ମିଶାନ୍ତୁ । ଯଦି ଏହି ଘୋଳର ରଙ୍ଗ ନୀଳ ପଡିଯିବ ତେବେ ଜାଣିରଖନ୍ତୁୁ ଏଥିରେ ଷ୍ଟାର୍ଚର ମିଶାଯାଇଛି ।

ଘିଅ ଏବଂ ଲହୁଣୀରେ ଷ୍ଟାର୍ଚର ପରୀକ୍ଷଣ :

ଅଧା ଚାମଚ ଘିଅ ଏବଂ ଲହୁଣୀ କାଚର ଆଗଭାଗରେ ରଖନ୍ତୁ । ଏଥିରେ ଆୟୋଡିନ୍ ମିଶା ପାଣି ୩ ରୁ ୪ ବୁନ୍ଦା ଗୋଳାନ୍ତୁ । ଘୋଳର ରଙ୍ଗ ନୀଳ ବର୍ଣ୍ଣର ହୋଇଗଲେ ଷ୍ଟାର୍ଚ ମିଶି ଅଛି ବୋଲି ଜାଣିନିଅନ୍ତୁ ।