ବୀର ସୁରେନ୍ଦ୍ର ସାଏ ନାମରେ ନାମିତ ହେଲା ଝାରସୁଗୁଡ଼ା ବିମାନ ବନ୍ଦର : ମିଳିଲା କ୍ୟାବିନେଟ୍ ମଞ୍ଚୁରୀ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍

246

କନକ ବ୍ୟୁରୋ : ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର । ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମକରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ମିିଳିଛି । ଝାରସୁଗୁଡ଼ା ବିମାନ ବନ୍ଦର ଏବେ ସୁରେନ୍ଦ୍ର ସାଏ ବିମାନ ବନ୍ଦର ନାମରେ ଜଣାଯିବ । ଏନେଇ ଆଜି କ୍ୟାବିନେଟ୍ ମଞ୍ଚୁରୀ ମିଳିଯାଇଛି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଥିପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି ଜୁଏଲ ଓରାମ୍ ।

ଝାରସୁଗୁଡ଼ା ବିମାନ ବନ୍ଦର ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ ହେବା ପରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ।

ସୂଚନାଯୋଗ୍ୟ ଅକ୍ଟୋବାର ୩୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ । ଝାରସୁଗୁଡ଼ା ବିମାନବନ୍ଦର ସମ୍ପର୍କରେ ମୋଦିଙ୍କୁ ଚିଠି ଲେଖିଥିଲେ ନବୀନ୍ । ଝାରସୁଗୁଡ଼ା ବିମାନବନ୍ଦର ସ୍ୱାଧୀନତା ସଂଗ୍ରାମୀ ତଥା ମାଟିର ସନ୍ତାନ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ ହେବା ନେଇ ଘୋଷଣା ହୋଇଥିଲେ ହେଁ କାର୍ଯ୍ୟକାରୀ ହୋଇପାରିନଥିଲା ।

କିନ୍ତୁ ଏଠାରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ବିମାନ ଚଳାଚଳ ସ୍ୱାଭାବିକ କରିବାକୁ ଝାରସୁଗୁଡା ବିମାନ ବନ୍ଦରରେ ନିୟମିତ ବିମାନ ଉଡାଣ କରିବାକୁ ଅନୁରୋଧ କରିଥିଲେ ନବୀନ । ଗତ ଅକ୍ଟୋବର ୬ ତାରିଖରୁ ଏଠାରୁ ଏୟାର ଓଡିଶା ବିମାନ ଉଡାଣ କରି ନାହିଁ ବୋଲି ମୋଦିଙ୍କୁ ଅବଗତ କରାଇଥିଲେ । ଉଡାଣ ସମେତ ବାଣିଜ୍ୟିକ ବିମାନ ଉଡାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଥିଲେ ।

ସେପ୍ଟମ୍ବର ୨୨ରେ ଉଦଘାଟିତ ହୋଇଥିଲା ଝାରସୁଗୁଡ଼ା ବିମାନବନ୍ଦର । ଓଡ଼ିଶାର ଦ୍ୱିତୀୟ ବିମାନବନ୍ଦରକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ସେହି ସମୟରେ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଝାରସୁଗୁଡ଼ା ବିମାନବନ୍ଦରକୁ ନାମିତ କରାଯିବ ବୋଲି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ କାର୍ଯ୍ୟକାରୀ ହେବାକୁ ଅନେକ ଦିନ ଲାଗିଯାଇଥିଲା ।