ଚାକିରିଆଙ୍କ ପାଇଁ ଖୁସି ଖବର : ଏହି କମ୍ପାନୀ ନିଜ କର୍ମଚାରୀଙ୍କୁ ଦେବ ପର୍ସନାଲ ପ୍ଲେନ

31

ଲୋକଙ୍କୁ କମ୍ପାନୀର କାମ ପାଇଁ ନିଜ ଜିନିଷର ବ୍ୟବହାରରେ ବାହାରକୁ ଯିବାକୁ ପଡୁଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏଥିପାଇଁ ଅଫିସରେ ଝଗଡା ବି ହୋଇଯାଏ । ଏମିତିରେ ଯଦି କମ୍ପାନୀ ଆପଣଙ୍କୁ ବାହାରକୁ ଯିବା ପାଇଁ ନିଜର ବିମାନ ଦେଇଦିଏ, ତେବେ ଆପଣ ଖୁସି ହୋଇଯିବେ । ଆପଣ ଭାବୁଥିବେ କି ଏହା ସମ୍ଭବ କି ? ହଁ, ଏହା ସମ୍ଭବ । ଏମିତି ଏକ କମ୍ପାନୀ ସାମନାକୁ ଆସିଛି ଯେଉଁଠି ଅଫିସ କର୍ମଚାରୀଙ୍କୁ ବିମାନରେ ଯିବା ଆସିବା କରିବାର ସୁବିଧା ଦିଆଯାଇଛି ।

ଏଠି ମିଳେ ପର୍ସନାଲ ପ୍ଲେନ : ହ୍ୟୁଷ୍ଟନ ସ୍ଥିତ ‘ଲ ଫାର୍ମ ପିଟରସନ୍’ ଏବଂ ସେରିଡନ୍ ସାନଫ୍ରାନ୍ସିସ୍କୋରେ ଓକିଲଙ୍କ ବାହାରକୁ ଯିବା ଆସିବା କରିବା ପାଇଁ ପ୍ଲେନର ସୁବିଧା ଆରମ୍ଭ କରିଛନ୍ତି । ଗ୍ରାହକଙ୍କୁ ଭେଟିବା ପାଇଁ ଓକିଲଙ୍କୁ ପଠାଇବା ପାଇଁ ଏହି ପ୍ଲେନର ସେବା ଆରମ୍ଭ କରାଯାଇଛି । ଯାହା ପାଇଁ କମ୍ପାନୀ ୩ ମିଲିୟନ ଡଲାର ଖର୍ଚ୍ଚ କରି ବ୍ୟକ୍ତିଗତ ପ୍ଲେନ କିଣିଛନ୍ତି ।

ଏହା ପଛର କାରଣ କ’ଣ : ସ୍ଥାନୀୟ ଓକିଲଙ୍କୁ ନିଯୁକ୍ତି ଦେବା ବହୁତ ମହଙ୍ଗା ପଡୁଥିବାରୁ ଏବଂ ସ୍ଥାନୀୟ ଓକିଲଙ୍କୁ ନିଯୁକ୍ତ କରିବାର ଖର୍ଚ୍ଚ, ଏକ ପ୍ଲେନ୍ ରେ ନିଜ କର୍ମଚାରୀଙ୍କୁ ଫିଲ୍ଡ ୱର୍କରେ ପଠାଇବା ଠାରୁ ମଧ୍ୟ ମହଙ୍ଗା ଥିଲା । କମ୍ପାନୀର କହିବାନୁସାରେ, ଏହା ଦ୍ୱାରା ତାଙ୍କର ପ୍ରତିଷ୍ଠା ବଢ଼ିଛି ଏବଂ ସେଠାକାର କର୍ମଚାରୀ ମଧ୍ୟ ବହୁତ ଖୁସି ଅଛନ୍ତି । ସବୁଠାରୁ ବଡ କଥା ଏହା ଯେ କମ୍ପାନୀର ଅଧିକ ଟଙ୍କା ଏବେ ବଂଚିଯାଉଛି ।