ଅଦ୍ଭୂତ କଳାକୃତି ! ହେଟା ବାଘର ଭ୍ରମ ପଛରେ ଉଲଗ୍ନ ନାରୀ

161

ଗତ କିଛି ଦିନ ହେବ ଇଣ୍ଟରନେଟରେ ଭାଇରାଲ୍ ହୋଇଛି ଏକ ରଙ୍ଗ ବେରଙ୍ଗର ହେଟା ବାଘର ଫଟୋ । ହୁଏତ ପ୍ରଥମ ଝଲକରେ ଆପଣଙ୍କୁ ଲାଗିବ ଏଥିରେ ଭାଇରାଲ୍ ହେବା ପରି କିଛି ନାହିଁ । କିନ୍ତୁ ଥରେ ଏହି ଫଟୋ ପଛର ରହସ୍ୟ ଜାଣିବା ପରେ ଆପଣ ବାରମ୍ବାର ଦେଖିବାକୁ ନିଜକୁ ଅଟକାଇ ପାରିବେ ନାହିଁ ।

ପ୍ରକୃତରେ ଏହା କୌଣସି ରଙ୍ଗୀନ୍ ହେଟାର ଫଟୋ ନୁହେଁ । ଏହି ଗୋଟିଏ ଫଟୋରେ ଲୁଚି ରହିଛି ତିନି ଜଣ ଉଲଗ୍ନ ମହିଳାଙ୍କ ଶରୀର । ଆଉ ଏହି ଅନନ୍ୟ କଳାକୃତିର ଅଧିକାରୀ ହେଉଛନ୍ତି ଇଟାଲୀର ଯୋହାନେସ୍ ଷ୍ଟୋଟର ନାମକ ଜଣେ କଳାକାର । ସେ ଏହି ତିନି ମହିଳାଙ୍କ ବଡି ପେଂଟିଙ୍ଗ କରି ପରସ୍ପରକୁ ଏମିତି ଭାବରେ ବସାଇଛନ୍ତି ଯାହାକୁ ଦେଖିଲେ ଗୋଟିଏ ହେଟା ପରି ଲାଗୁଛି । ଯୋହାନେସଙ୍କ ଏହି ପେଂଟିଙ୍ଗ୍ ଏତେ ସୁନ୍ଦର ହୋଇଛି ଯେ ବାରମ୍ବାର ଦେଖିଲେ ମଧ୍ୟ ଫଟୋ ପଛର ସତ୍ୟତା ଜଣାପଡୁନାହିଁ । ତେବେ ଯୋହାନେସ୍ ଭିଡିଓ ଦ୍ୱାରା ତାଙ୍କର ଏହି ଫଟୋର ସତ୍ୟତା ସମସ୍ତଙ୍କ ସହ ସେୟାର୍ କରିଛନ୍ତି ଆଉ ଯାହାର ଦର୍ଶକଙ୍କ ସଂଖ୍ୟା ପ୍ରାୟ ୨୭ଲକ୍ଷରେ ପଂହଚି ସାରିଛି।

କେବଳ ଏହି ହେଟା ନୁହେଁ , ଯୋହାନେସଙ୍କ ଦ୍ୱାରା ନିର୍ମିତ ଆହୁରୀ ଅନେକ ଏମିତି କଳାକୃତି ଅଛି ଯାହାକୁ ଦେଖିଲେ ଆପଣ ପ୍ରଶଂସା ନକରି ରହି ପାରିବେ ନାହିଁ ।