ସମୟ ସହିତ ବଦଳିଯାଇଛି ପ୍ରସିଦ୍ଧ ବ୍ରାଣ୍ଡ ଗୁଡିକର ‘ଲୋଗୋ’ : ଆପଲ ଠାରୁ ଆରମ୍ଭ କରି ଆମାଜନ୍ ପର୍ଯ୍ୟନ୍ତ ଜାଣନ୍ତୁ କ’ଣ କ’ଣ ରହିସାରିଛି

59

ଗ୍ରାହକଙ୍କ ଠାରେ କମ୍ପାନୀର ପ୍ରଡକ୍ଟ ଅପେକ୍ଷା ‘ଲୋଗୋ’ରେ ଅଧିକ ଆଗ୍ରହ ଦେଖିବାକୁ ମିଳେ । ଉଦାହରଣ ସ୍ୱରୂପ, ଯଦି ଜଣେ ବ୍ୟକ୍ତିଙ୍କ ପାଖରେ ଆଇଫୋନ୍ ଅଛି, ତେବେ ତାହାର ଆଇଓଏସ୍ ଟେକନିକ୍ ବ୍ୟବହାର କରିବା ଠାରୁ ଅଧିକ ‘ଆପଲ୍’ ର ଲୋଗୋ ଦେଖାଇବାର ଖୁସି ଅଧିକ ଥାଏ । ଏମିତି ଅନେକ ବ୍ରାଣ୍ଡ ଅଛି ଯାହାର ‘ନାମ’ ଓ ‘ଲୋଗୋ’ ତାଙ୍କର ପରିଚୟ । କିନ୍ତୁ ଆପଣ ଜାରିଛନ୍ତି କି କିଛି ବିଶ୍ୱ ପ୍ରସିଦ୍ଧ କମ୍ପାନୀ ଗୁଡିିକର ଲୋଗୋ ପୂର୍ବରୁ ସେମିତି ନଥିଲା, ଏବେ ଯେମିତି ଅଛି । ଅନେକ ବଡ ବଡ କମ୍ପାନୀ ସମୟ ସହିତ ନିଜ ଲୋଗୋ କୁ ବହୁତ ପରିବର୍ତ୍ତନ କରିଛନ୍ତି । କିଛି ଲୋଗୋ ଏମିତି ବଦଳିଯାଇଛି ଯେ ସେଗୁଡିକୁ ପୁରୁଣା ରୂପରେ ଚିହ୍ନିବା ମୁସ୍କିଲ ହୋଇଯାଏ । ଆଜି ଆମେ ଦୁନିଆର ୬ ଏମିତି ପ୍ରସିଦ୍ଧ ‘ଲୋଗୋ’ ବିଷୟରେ ଜଣାଇବୁ ।

ମୋଜିଲା ଫାୟାରଫକ୍ସ : ଫାୟାରଫକ୍ସ ବ୍ରାଉଜର ନିଜର ଲୋଗୋରେ ଅନେକ ଥର ପରିବର୍ତ୍ତନ କରିଛି । ଆପଣ ଆଜି ଦେଖୁଥିବା ଲୋଗୋ ନଭେମ୍ବର ୨୦୧୭ରେ କରାଯାଇଥିଲା ।

ନୋକିଆ : ନୋକିଆର ପ୍ରଥମ ଲୋଗୋ ବର୍ଷ ୧୮୬୫ରେ ବାହାରିଥିଲା । ସେବେ ଠାରୁ ଆଜି ପର୍ଯ୍ୟନ୍ତ ୭ ଥର ଏଥିରେ ପରିବର୍ତ୍ତନ କରାଯାଇସାରିଛି । ଆଜିର ଲୋଗୋ ବର୍ଷ ୧୯୭୮ରୁ ସେମିତି ଅଛି ।

ଆମାଜନ୍ : ଆମାଜନ୍ ଦୁନିଆର ସବୁଠାରୁ ବଡ ଇ-କମର୍ସ ପୋର୍ଟାଲ ମଧ୍ୟରୁ ଗୋଟାଏ । ପ୍ରାରମ୍ଭିକ ସମୟରେ ଏହାର ଲୋଗୋରେ ଏକ ବଡ ‘ଏ’ ଦେଖାଯାଉଥିଲା, ସେଇଠି ଆଜି ଲୋଗୋ ଉପରେ ପୁରା ନାଁ ଦେଖାଯାଏ । ନାମ ତଳେ ବିପରୀତ ଦିଗରେ ଏକ ତୀର ଭଳି ଯାଏ ।

କୋକାକୋଲା : କୋକାକୋଲା ର ପ୍ରଥମ ଲୋଗୋ ବର୍ଷ ୧୮୮୬ ରେ ଆସିଥିଲା । ସେବେଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଛୋଟ ବଡ ପରିବର୍ତ୍ତନ କରାଯାଇଛି । ଏହାର ରଙ୍ଗ ବଦଳିଯାଇଛି କିନ୍ତୁ ରୂପରେ ଅଧିକ ପାର୍ଥକ୍ୟ ନାହିଁ ।

ପେପସି : ପେପସିକୁ ପ୍ରଥମ ଥର ବର୍ଷ ୧୮୯୦ରେ ତିଆରି କରାଯାଇଥିଲା । ଏହାର ପୂର୍ବ ଏବଂ ଆଜିର ଲୋଗୋରେ ବହୁତ ଅନ୍ତର ଦେଖିବାକୁ ମିଳେ ।

ଆପଲ୍ : ଆପଲ କମ୍ପାନୀ ନିଜର ପ୍ରାରମ୍ଭିକ ସମୟରୁ ଆରମ୍ଭ କରି ଅନେକ ଥର ଲୋଗୋରେ ପରିବର୍ତ୍ତନ ଆଣି ସାରିଛି । ଆପଲ  ପ୍ରଡକ୍ଟରେ ଯେଉଁ ଲୋଗୋ ଆଜିକାଲି ଦେଖାଯାଉଛି, ତାହା ସିଲଭର୍ ରଙ୍ଗର ।