ସୁପ୍ରିମକୋର୍ଟଙ୍କ କଟକଣାକୁ ବେଖାତିର ! ପ୍ରତିବନ୍ଧକ ସତ୍ୱେ ପୋଙ୍ଗଲରେ ଜଲିକଟ୍ଟୁ ଆୟୋଜନ

43

କନକ ବ୍ୟୁରୋ : ପୋଙ୍ଗଲରେ ଜଲ୍ଲିକଟ୍ଟୁକୁ ନେଇ ସୁପ୍ରିମକୋର୍ଟଙ୍କ କଟକଣାକୁ ପ୍ରତିବାଦ କରାଯାଇଛି । ତାମିଲନାଡୁର ପୁଡୁଚେରୀରେ ରାସ୍ଥାକୁ ଓହ୍ଲାଇଲା ଡିଏମକେ । ତେବେ ପ୍ରତିବନ୍ଧକ ସତ୍ୱେ ବିଭିନ୍ନ ସ୍ଥାନରେ ଜଲ୍ଲିକଟ୍ଟୁର ଆୟୋଜନ କରାଯାଇଛି । ପୋଙ୍ଗଲ ଅବସରରେ ଜଲ୍ଲିକଟ୍ଟୁକୁ ଅନୁମତି ପ୍ରଦାନ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସେପଟେ କେତେକ ସ୍ଥାନରେ ପୁଲିସ ସୁରକ୍ଷା ମଧ୍ୟରେ ଷଣ୍ଢ ଗୁଡିକୁ ରଖାଯାଇଛି । ଏହାକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି । ପୁଲିସ ସୁରକ୍ଷାରେ ଷଣ୍ଢଙ୍କୁ ରଖିବାକୁ ବିରୋଧ କରାଯାଇଛି । ଗତ କିଛି ଦିନ ଧରି ଜଲ୍ଲିକଟ୍ଟକୁ ନେଇ ବିବାଦ ଲାଗିରହିଛି । ତାମିଲନାଡୁର ରାଜନୈତିକ ଦଳ ଜଲ୍ଲିକଟ୍ଟୁ ସମ୍ପର୍କରେ ଅଧ୍ୟାଦେଶ ଆଣିବା ପାଇଁ ଦାବି କରୁଛନ୍ତି । ଅପରପକ୍ଷରେ ଏହାକୁ ବିରୋଧ କରିଛନ୍ତି ପଶୁ ସୁରକ୍ଷା କର୍ମୀ ।