ସୁସ୍ମିତା ଦାସଙ୍କ କଣ୍ଠରେ ନୂଆ ଓଡିଆ ଗୀତ ! ଉତ୍କଳ ଦିବସରେ ମନେପକାଇଲେ ଉତ୍କଳୀୟ ଗାଥା

120

କନକ ବ୍ୟୁରୋ : ଉତ୍କଳ ଦିବସରେ ରିଲିଜ ହୋଇଛି କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ନୂଆ ଓଡିଆ ଗୀତ । ଓଡିଆ ପରଂପରା ଓ ସଂସ୍କୃତିକୁ ବିନ୍ଦାସ ଢଂଗରେ ପରିବେଷଣ କରିଛନ୍ତି ସୁସ୍ମିତା । ଓଡିଆର ମନର କଥା, ବୀରତ୍ୱର କାହାଣୀକୁ ଏହି ଗୀତରେ ସୁନ୍ଦର ଭାବରେ ସଜାଯାଇଛି । ଏହି ଗୀତରେ ସୁସ୍ମିତାଙ୍କ ସହ ସଂଗୀତ ନିର୍ଦେଶକ ବିଭୁତି ଭୁଷଣ ଗଡନାୟକ, ଭରଦ୍ୱାଜ ପଣ୍ଡା, ରୁଦ୍ର ପ୍ରସାଦ ମହାପାତ୍ର ପ୍ରମୁଖ କଣ୍ଠଦାନ କରିଛନ୍ତି । ବିଶେଷ କରି ପାରଂପରିକ ସଂଗୀତ ଧୁନରେ ଏହି ଗୀତକୁ ପ୍ରସ୍ତୁତ କରାଯାଇଛି । ଉତ୍କଳକୁ ଏକାଠି କରିବାରେ ମଧୁବାବୁଙ୍କ ତ୍ୟାଗ,ଫକୀର ମୋହନଙ୍କ ଅବଦାନକୁ ସେ ଏହି ନୂଆ ଗୀତ ମାଧ୍ୟମରେ ଆବୃତି କରିଛନ୍ତି ।

ଦେଖନ୍ତୁ ଏହି ଭିଡିଓ :