ଦୁଃଖ ଦେବା ସହ ସୁଖ ଛଡାଇ ନେଉଛି କ୍ଷଣିକ ଆନନ୍ଦଦାୟୀ ସ୍ମାର୍ଟଫୋନ୍ : ବ୍ରିଟେନର ସର୍ଭେ ସଂସ୍ଥା ଦେଲା ରିପୋର୍ଟ 

24

ସାଧାରଣତଃ ଅଧିକାଂଶ ଲୋକ ଏବେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ପିଲାଠାରୁ ବୁଢ଼ାଯାଏଁ ଏବେ ସଭିଙ୍କ ହାତରେ ସ୍ମାର୍ଟଫୋନ୍ । ତେବେ ଏହି ସ୍ମାର୍ଟଫୋନ୍ ବ୍ୟବହାର ଯୋଗୁଁ ଅଜାଣତରେ ଆମର କେତେ ଯେ କ୍ଷତି ହେଉଛି ତାହା ଆମେ ଜାଣିପାରୁନୁ । ଆପଣଙ୍କୁ କ୍ଷଣିକ ଆନନ୍ଦ ଦେଉଥିବା ସ୍ମାର୍ଟଫୋନ ଯେ ଆପଣଙ୍କୁ ଦୁଃଖୀ କରିଦେଉଛି ଆପଣ ଜାଣିନଥିବେ । କିନ୍ତୁ ଏନେଇ ଆସିଥିବା ଏକ ସର୍ଭେ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ସର୍ଭେ ଅନୁଯାୟୀ ଜଣାପଡିଛି ଯେ ସ୍ମାର୍ଟଫୋନ୍ ଆମ ଦୈନଦିନ ଜୀବନ ପ୍ରଭାବିତ କରିବା ସହ ସୁଖ ଛଡାଇ ନେଉଛିି ଓ ଆମକୁ ବିଚଳିତ କରିପକାଉଛି । ଆସନ୍ତୁ ଜାଣିବା ସ୍ମାର୍ଟଫୋନ୍ କିଭଳି ଆମ ଅଜାଣତରେ ଆମକୁ ଦୁଃଖି କରିବା ସହ ସମସ୍ୟାକୁ ବଢ଼ାଇ ଦେଉଛି । ଏକ ବ୍ରିଟିଶ୍ ରିସର୍ଚ୍ଚ ସଂସ୍ଥାର ରିପୋର୍ଟ ଅନୁଯାୟୀ . . .

 

image courtesy – www.financialexpress.com

– ବ୍ରିଟିଶ୍ କଲମ୍ବିଆ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରଙ୍କ କହିବା ଅନୁଯାୟୀ ଖାଇଲାବେଳେ ମାତ୍ର କିଛି ସମୟ ସ୍ମାର୍ଟଫୋନ୍ ବ୍ୟବହାର ଆମକୁ ଖାଦ୍ୟଠାରୁ ଦୂରେଇ ଦେଉଛି ।

– ଭଲଭାବରେ ଖାଇ ପାରୁ ନାହାଁନ୍ତିି କିମ୍ବାର ଖାଦ୍ୟର ସ୍ୱାଦକୁ ଉପଭୋଗ କରିପାରୁନାହାଁନ୍ତି ।

– ହାପିନେସ୍ ଉପରେ ସର୍ଭେ ସଂସ୍ଥାର ତଥ୍ୟ ଅନୁଯାୟୀ ସ୍ମାର୍ଟଫୋନ୍ ବ୍ୟବହାର ଦ୍ୱାରା ଜଣେ ନିଜର ସମ୍ପର୍କୀୟଙ୍କ ସହ ଥାଇ ମଧ୍ୟ ସବୁବେଳେ ମୋବାଇଲରେ ବ୍ୟସ୍ତ ରହୁଛନ୍ତି ।

– ସ୍ମାର୍ଟଫୋନ ବ୍ୟବହାର ଦ୍ୱାରା ଜଣେ ଅନେକ ଖୁସିର ମୂହୂର୍ତକୁ ହାତଛଡା କରୁଛି ।

– ମୋବାଇଲକୁ କିଛି ସମୟ ଦୂରେଇ ରଖିଲେ ବିଚଳିତ ହୋଇପଡୁଛି ।

smartphone_lab
image courtesy-https://www.jagran.com

– ମୋବାଇଲ ବ୍ୟବହାର କରୁଥିବା ଲୋକମାନଙ୍କର ପ୍ରତ୍ୟକ୍ଷ ସମ୍ପର୍କ କମିବାରେ ଲାଗିଛି ।

– ସାମନା ସାମନି ହେଲେ ମୋବାଇଲ୍ ବ୍ୟବହାରକାରୀ ବିଚଳିତ ହୋଇପଡୁଛନ୍ତି ।

– ଏହାଦ୍ୱାରା ପରସ୍ପରକୁ ଭେଟିବାର ଆକର୍ଷଣ ଧିରେ ଧିରେ କମିବାରେ ଲାଗୁଛି । ଯାହା ଆମକୁ ଦୁଃଖ ଦେବା ସହ ଖୁସିର ମୂହୂର୍ତକୁ ଛଡାଇ ନେଉଛି ।