ହାତରେ ଖାଦ୍ୟ ଖାଇବାର ୫ ଟି ଲାଭ, ଜାଣିଲେ ଛାଡିଦେବେ ଚାମଚ ଓ କଣ୍ଟାରେ ଖାଇବା ! 

47

ପୁରଣା ସମୟରୁ ଭାରତୀୟ ପରମ୍ପରାରେ ହାତରେ ଖାଇବା ଚାଲି ଆସିଛି । କିନ୍ତୁ ଏବେ ପଶ୍ଚିମୀ ସଭ୍ୟତା ପ୍ରତି ଆକର୍ଷିତ ହୋଇ ଚାମଚ ଛୁରି ଓ କଣ୍ଟାରେ ଖାଦ୍ୟ ଖାଉଛନ୍ତି ଲୋକେ । ଏହାସହ କିଛି ଲୋକ ହାତରେ ଖାଇବାକୁ ଅସ୍ୱାସ୍ଥ୍ୟକର ଭାବନ୍ତି । ଆୟୁର୍ବେଦ ଅନୁସାରେ ହାତକୁ ଭଲଭାବରେ ଧୋଇ ଖାଦ୍ୟ ଖାଇଲେ ଅନେକ ଲାଭ ମିଳେ ।

– ହାତରେ ଖାଦ୍ୟ ଖାଇବା ଦ୍ୱାରା ସ୍ୱାଦଗ୍ରନ୍ଥି ଅଧିକ କ୍ରିୟାଶୀଳ ହୋଇଥାଏ । ହାତରେ ଖାଇବା ଦ୍ୱାରା ଖାଦ୍ୟର ଅଧିକ ସ୍ୱାଦ ଆସିଥାଏ ।

– ହାତରେ ଖାଦ୍ୟ ଖାଇଲେ ହାତ ସଂସ୍ପର୍ଶରେ ଆସି ଖାଇବା ବିଷୟରେ ମସ୍ତିସ୍କକୁ ଖବର ପହଞ୍ଚେ ।

– ହାତରେ ଖାଇବା ଦ୍ୱାରା ଅଳ୍ପ ଖାଧ୍ୟ ଖାଇଲେ ମଧ୍ୟ ପେଟ ଭରିବା ପରି ଅନୁଭବ ହୁଏ । ଏହାସହ ହାତରେ ଖାଇବା ଦ୍ୱାରା ଆପଣ ମୋଟା ହେବାରୁ ମଧ୍ୟ ରକ୍ଷା ପାଇବେ ।

– ହାତରେ ମହଜୁଦ ଭଲ ବ୍ୟାକ୍ଟେରିଆ ପେଟକୁ ଯାଇ ପାଚନକ୍ରିୟାରେ ସାହାଯ୍ୟ କରେ । ଏଥିରେ ଖାଦ୍ୟ ଭଲରେ ହଜମ ହୁଏ ।

– ଆୟୁର୍ବେଦ ଅନୁସାରେ ୫ ଆଙ୍ଗୁଳି ପଞ୍ଚତତ୍ୱର ପ୍ରତୀକ ଅଟେ । ଏଥିପାଇଁ ହାତରେ ଖାଇବା ସମୟରେ ଆମେ ପଞ୍ଚତତ୍ୱ ସହ ଯୋଡି ହୋଇଯାଉ ।