ସେକ୍ସ ମାଫିଆ ସୁନୀଲ ମେହେରଙ୍କ ନୂଆ ଫର୍ମୁଲା : ରାଜଧାନୀରେ ଭଡାରେ ଯୋଗାଉଛି ଗାର୍ଲଫ୍ରେଣ୍ଡ

378

ଭୁବନେଶ୍ୱର:ଦେହ ବଜାରରେ ନୂଆ ସ୍କିମ୍ ପେଡ୍ ଗର୍ଲଫ୍ରେଣ୍ଡ । ମାନେ ରାଜଧାନୀରେ ଭଡାରେ ମିଳୁଛି ଗର୍ଲଫ୍ରେଣ୍ଡ । ସେକ୍ସ ରାକେଟର କିଙ୍ଗପିନ୍ ସୁନିଲ ମେହେରର ଗିରଫଦାରୀ ପରେ, ପଚରାଉଚରା ବେଳେ ଏଭଳି ସ୍କିମ ବିଷୟରେ ଜାଣିବାକୁ ପାଇଛି କମିସନରେଟ ପୁଲିସ । ସେକ୍ସ ର୍ୟାକେଟର କିଙ୍ଗପିନ ସୁନିଲ ଗତ କିଛି ଦିନ ହେବ ରାଜଧାନୀରେ ଆରମ୍ଭ କରିଥିଲା ଏହି ପେଡ୍ ଗର୍ଲଫ୍ରେଣ୍ଡ୍ ସ୍କିମ୍ । ପେଡ୍ ଗର୍ଲଫ୍ରେଣ୍ଡ୍ ପାଇଁ ପ୍ରଥମେ ହ୍ୱାଟସଅପରେ ତାଲିକା ପ୍ରସ୍ତୁତ କରାଯାଏ । ଗର୍ଲଫ୍ରେଣ୍ଡ ଚୟସ କରିବା ପରେ, ପ୍ରଥମ ୭ ଦିନ ପାଇଁ ଦଲାଲକୁ ଆଗୁଆ ୩୦ ହଜାର ଟଙ୍କା ଦେବାକୁ ପଡେ ।  ଭୁବନେଶ୍ୱରର କିଛି ବ୍ୟକ୍ତି ମାସ ମାସ ଧରି ପେଡ୍ ଗର୍ଲଫ୍ରେଣ୍ଡ ସ୍କିମରେ ଅଛନ୍ତି । ଆଉ ଏହି ପେଡ୍ ଗର୍ଲଫ୍ରେଣ୍ଡ ସ୍କିମରେ ବିଶେଷ କରି ପଞ୍ଜାବୀ, ବେଙ୍ଗଲୀ ଓ ଗୁଜୁରାଟୀ ଝିଅଙ୍କୁ ହିଁ ରଖାଯାଇଛି । ତେବେ ଏସବୁ ବାବଦରେ ସୁନିଲ ମେହେରକୁ ଜେରା କରିବା ସମୟରେ ଜାଣିବାକୁ ପାଇଛି କମିସନରେଟ ପୁଲି୍ସ ।

ସେପଟେ ସୁନିଲ ମେହରକୁ ଅଧିକ ଜେରା ପାଇଁ ରିମାଣ୍ଡରେ ନେବ କମିଶନରେଟ୍ ପୁଲିସ । ଏନେଇ ଭୁବନେଶ୍ୱର ଏସ୍ଡିଜିଏମ୍ କୋର୍ଟରେ ୫ ଦିନିଆ ରିମାଣ୍ଡର ଆବେଦନ କରିଛି କମିଶନରେଟ୍ ପୁଲିସ । ଗତକାଲି ସେକ୍ସ ଜଗତର ବେତାଜ ବାଦସାହା ସୁନିଲ ମେହରକୁ କୋଲକାତା ଏୟାରପୋର୍ଟରୁ ଗିରଫ କରାଯାଇଥିଲା । ପୁଲିସ ଆଖିରେ ଧୂଳିଦେଇ ଦୀର୍ଘଦିନ ହେବ ରାଜଧାନୀରେ ସେକ୍ସର୍ୟାକେଟ୍ ଚଳାଇ ଆସୁଥିଲା ସୁନିଲ । ଶେଷରେ ସେ ପୁଲିସ ଜାଲରେ ପଡିଛି