ସାତକୋଶିଆ ବନବାସୀଙ୍କ ସଙ୍କଟ ବଢାଇଲା ସୁନ୍ଦରୀ : ବାଘୁଣୀ ଭୟରେ ଆସୁନାହାନ୍ତି ଶିକ୍ଷକ, ସ୍କୁଲରେ ଅଘୋଷିତ ଛୁଟି

43

କନକ ବ୍ୟୁରୋ : ସାତକୋଶିଆରେ ମାତିଛି ସୁନ୍ଦରୀ । ଗାଁରେ ଗାଁରେ ପଡିଛି ଆତଙ୍କ । ବାଘୁଣୀ ସୁନ୍ଦରୀ ଯୋଗୁଁ ଟିକରପଡା ପଂଚାୟତ କଟରଙ୍ଗା ଗାଁ ସମେତ ଆଖପାଖ ଅଂଚଳରେ ପଡିଛ ଆତଙ୍କ । ସ୍କୁଲରେ ହୋଇଛି ଅଘୋଷିତ ଛୁଟି । ଭୟରେ ଶିକ୍ଷକ ସ୍କୁଲକୁ ଆସୁନାହାନ୍ତି । କଟରଙ୍ଗା ଗାଁରେ କେହି ଘର କାଢ଼ୁନାହାନ୍ତି । ଯୁଆଡେ ଯାଉଛନ୍ତି ଲୋକେ ଦଳବଳ ହୋଇ ଯାଉଛନ୍ତି । ସୁନ୍ଦରୀର ଆକ୍ରମଣରେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି ।

ବାନ୍ଧବଗଡ ଜଙ୍ଗଲରୁ ସୁନ୍ଦରୀଙ୍କୁ ଟ୍ରାଙ୍କୁଲାଇଜର କରି ସାତକୋଶିଆ ଅଣାଯାଇଥିଲା । ଦୀର୍ଘ ଦେଢମାସ ଧରି ସୁନ୍ଦରୀ ଏନକ୍ଲୋଜରରେ ରହିଥିଲା । ଏବେ କିନ୍ତୁ ଏବେ ସୁନ୍ଦରୀ ପାଇଁ ଗାଁ ଗାଁରେ ଆତଙ୍କ ଦେଖାଦେଇଛି । ସାତକୋଶିଆକୁ ଆସିଥିବା ମହାବଳ ବାଘ କାହ୍ନା ସେଠାକାର ପାଣିପବନ ସହ ଖାପ ଖୁଆଇସାରିଲାଣି । କିନ୍ତୁ ସୁନ୍ଦରୀରେ ଆତଙ୍କରେ କଟରଙ୍ଗାରେ ଏକପ୍ରକାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ସୁନ୍ଦରୀର ଏଭଳି ବ୍ୟବହାର ପରିବେଶବିତଙ୍କୁ ଚକିତ କରିଛି ।

ସୂଚନାଯୋଗ୍ୟ ଗତ ଜୁନ୍ ମାସ ୨୮ ତାରିଖରେ ବାନ୍ଧବଗଡ ଅଭୟାରଣ୍ୟରୁ ବାଘୁଣି ସୁନ୍ଦରୀକୁ ସାତକୋଶିଆ ଅଭୟାରଣ୍ୟକୁ ଅଣାଯାଇଥିଲା । କିଛି ଦିନ ଏନକ୍ଲୋଜରରେ ରହିବ ପରେ ଗତ ୧୮ ତାରିଖରେ ଏନକ୍ଲୋଜରରୁ ବାହାର କରି ଅଭୟାରଣ୍ୟରେ ଖୋଲାରେ ଛଡାଯାଇଥିଲା ।  ସାତକୋଶିଆରେ ମହାବଳ ଓ ସୁନ୍ଦରୀକୁ ଛଡାଯିବା ପରେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରୁଛନ୍ତି ।