କାହିଁକି ପାଳନ କରାଯାଏ ରାକ୍ଷୀ ପୂର୍ଣ୍ଣିମା ? ରାକ୍ଷୀକୁ ନେଇ ଓଡିଆ ଘରେ କଣ ରହିଛି ପରମ୍ପରା
ରକ୍ଷା କରିବା ପାଇଁ ବନ୍ଧାଯାଉଥିବା ପବିତ୍ର ସୂତାକୁ ରାକ୍ଷୀ ପୂର୍ଣ୍ଣିମା କୁହାଯାଏ । ଏହି ପର୍ବକୁ କେବଳ ଓଡିଶା ନୁହେଁ ବରଂ ସାରା ଦେଶରେ ପାଳନ କରାଯାଏ । ଏହାକୁ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ । ଓଡିଆ ମାନେ ଏହାକୁ ପ୍ରଭୁ ବଳଭଦ୍ରଙ୍କର ଜନ୍ମ ତିଥି ଭାବରେ ମଧ୍ୟ ପୂଜା କରନ୍ତି । ଶ୍ରୀମନ୍ଦିରରେ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧନ୍ତି । ପରମ୍ପର ଅନୁସାରେ ଭଉଣୀର ରକ୍ଷା କରିବା ପାଇଁ ଭାଇ ହାତରେ ଭଉଣୀ ବାନ୍ଧିଥାଏ ରାକ୍ଷୀ । ପୂର୍ଣ୍ଣିମା ଦିନ ସକାଳୁ ସକାଳୁ ଭଉଣୀମାନେ ଗାଧୋଇ ନିଜ ଘରର ଇଷ୍ଟ ଦେବତାଙ୍କୁ ପୂଜା କରିବା ସହ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି । ଏହି ପବିତ୍ର ପୂର୍ଣ୍ଣିମା ଅବସରରେ ଭଉଣୀମାନେ ଭାଇମାନଙ୍କ ମଙ୍ଗଳ କାମନା କରିଥାଆନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଏହି ପୂର୍ଣ୍ଣିମା ପାଳନ କରାଯିବାର ମୁଖ୍ୟ ହେଉଛି ଦ୍ରୈାପଦୀ ନିଜ ପିନ୍ଧା ଶାଢୀର ଛୋଟ କନା ଖଣ୍ଡେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବାନ୍ଧି ଥିଲେ । ସେବେଠାରୁ ଏହି ପର୍ବ ଆରମ୍ଭ ହୋଇଥିବା ଜଣାଯାଏ । ଏହି ଦିନ ବ୍ରାହ୍ଣମମାନେ ମଧ୍ୟ ବେଦ ପାଠ ଆରମ୍ଭ କରନ୍ତି ତେଣୁ ଏହି ଦିନରେ ପାଠପଢା ଆରମ୍ଭ କଲେ ପିଲାମାନେ ଉତ୍ତମ ପାଠ ପଢନ୍ତି ବୋଲି ବିଶ୍ୱାସ ରହିଛି । ପୂରାଣ ଶାସ୍ତ୍ର ଅନୁସାରେ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରାଯାଇ ସମସ୍ତ ମାଙ୍ଗଳିକ କାମ କରାଯାଏ । ତେଣୁ ଏହି ପବିତ୍ର ବନ୍ଧନରେ ମଧ୍ୟ ଭଭଣୀ ଭାଇକୁ ଉତ୍ତର କିମ୍ବା ପୂର୍ବ ମୁଖା କରି ବସାଇ ତାହା ଡାହାଣ ହାତରେ ରାକ୍ଷୀ ବାନ୍ଧିଥାଏ । ଶ୍ରୀମନ୍ଦିରରେ ସକାଳ ଧୁପ, ସୂର୍ଯ୍ୟପୂଜା, ମଇଲମ, ସକାଳ ଧୂପ ଆଦି ବିଭିନ୍ନ ପୂଜା ସରିବା ପରେ ଏହି ପର୍ବ ଆୟୋଜନ କରାଯାଇଥାଏ । ସାରା ଦେଶରେ ଏହି ପର୍ବକୁ ଅତି ଆଡମ୍ବରରେ ପାଳନ କରାଯାଇଥାଏ ।